ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆଜି ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି।

ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୨୬/୦୧/୨୦୨୪: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରଗାନ୍ଧୀ ମାର୍ଗରେ ରାଜ୍ୟପାଳ ରଘୁବର ଦାସ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ।

ଝାଡ଼ଖଣ୍ଡ ପୋଲିସ ଦଳ ସାଧାରଣତନ୍ତ୍ର ଦିବସ ପରେଡରେ ଅତିଥି ଦଳ ଭାବେ ଯୋଗ ଦେଇଥିଲା। ରାଜ୍ୟର ଆଇଟିବିପି, ସିଆରପିଏଫ, ବିଏସଏଫ, ଅଗ୍ନିଶମ, ଓଡ୍ରାଫ, ଓଡ଼ିଶା ହୋମଗାର୍ଡ, ଆରପିଏଫ ଏବଂ ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡର ୬୪ଟି ଟିମ୍ ଆଜି ପରେଡରେ ଅଂଶଗ୍ରହଣ କରିଥିଲେ। ଏଥିରେ ୪ଟି ସାଂସ୍କୃତିକ ଦଳ, ଓଡ଼ିଶା ସ୍କେଟିଂ ଏକାଡେମୀର ଏକ ସ୍କେଟିଂ ଟିମ୍ ଓ ଡେୟାର ଡେଭିଲ୍ସ ଅଂଶଗ୍ରହଣ କରିଥିଲେ।

ସେହିପରି ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୧୨ଟି ପ୍ରଜ୍ଞାପନ ମେଢ ଉପସ୍ଥାପନ କରାଯାଇଥିଲା। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ପାନୀୟ ଜଳ, ପୂର୍ତ୍ତ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ପର୍ଯ୍ୟଟନ, ଓସାକ୍ସ, ଓଏମସି ଏବଂ ଅଗ୍ନିଶମ ସେବା ବିଭାଗ ମେଢ ଉପସ୍ଥାପନ କରିଥିଲେ। ଏହି ବିଭାଗଗୁଡିକ ତରଫରୁ ସେମାନଙ୍କ ସଫଳତା ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ପରେଡ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ପ୍ୟାରେଡ୍ ସମୟରେ ୧୬୦ ଜଣ ପୁଲିସ ଅଧିକାରୀ, ୩୦୦ ଜଣ କନେଷ୍ଟବଳ, ୯୦ ଜଣ ପୁଲିସ ଫୋର୍ସ ଏବଂ ୧୫୦ ଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଥିଲା।