ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ରୁଣ୍ଡୁ ମଳିକ ମୃତ

ସୋର: ସୋରରେ ଏନକାଉଣ୍ଟର । ଗୋପାଳପୁର ଫାଣ୍ଡି ପୋଲିସ୍‌ର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧିର ମୃତ୍ୟୁ ହୋଇଛି । ମୃତ ଅପରାଧି ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ରୁଣ୍ଡୁ ମଳିକ ବୋଲି ଜଣାପଡ଼ିଛି । ରୁଣ୍ଡୁ ମଳିକ ନାମରେ ପୂର୍ବରୁ ୩୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ଥିବା ସୂଚନା ମିଳିଛି।

ପୋଲିସ୍ ରୁଣ୍ଡୁକୁ ଧରିବାକୁ ଯାଇଥିବା ବେଳେ ପୋଲିସ୍ ଉପରକୁ ସେ ଆକ୍ରମଣ କରିଥିଲା । ପୋଲିସ୍ ରୁଣ୍ଡୁ ଉପରେ ପାଲଟା ଆକ୍ରମଣ କରିଥିଲା । ଫଳରେ ରୁଣ୍ଡୁର ଛାତି ଉପରେ ଗୋଟିଏ ଗୁଳି ବାଜିଥିବା ବେଳେ ଡାହାଣ ହାତର ବାହୁରେ ଗୋଟିଏ ଗୁଳି ବାଜିଛି ।