ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ସରକାର ନେବେ ନାହିଁ ଟଙ୍କା

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଏବେ ରାଜ୍ୟରେ ତୁମ୍ବି ତୋଫାନ ଚାଲିଥିବା ବେଳେ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ କିଛି ପ୍ରଶ୍ନ ପଚାରିଥିଲେ । ଯାହାର ଲିଖିତ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ।

ରାଜ୍ୟର ମୋଟ କେତେ ସଂଖ୍ୟକ ଗାଡି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ ଓ ଏଥିପାଇଁ ମାଲିକମାନଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରୁ ଯୋଗାଣକାରୀ ସଂସ୍ଥା ଓ ସରକାର କେତେ ଟଙ୍କା ଲେଖାଏଁ ପାଇବେ ଏବଂ ଏହାଦ୍ୱାରା ଗାଡି ଚୋରି ବନ୍ଦ ହେବ କି ?

ଏନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ରୁଲ୍-୫୦ ଅନୁଯାୟୀ, ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜିକୃତ ସମସ୍ତ ବାଇକ ସମେତ ରାଜ୍ୟର ୭୯, ୪୫,୬୭୩ ମୋଟରଯାନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ।