୧୩ ମଇରେ ଓଡ଼ିଶାରେ ଭୋଟ

ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ମୂଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି।

୪ଟି ପର୍ଯ୍ୟାୟରେ ହେବ ମତଦାନ

ଭୁବନେଶ୍ବର, ୧୬/୦୩/୨୦୨୪: ଆରମ୍ଭ ହେଲା ନିର୍ବାଚନ ବିଗୁଲ। ମୁଖ୍ୟ ନିର୍ବାଚନ କମିଶନର ଓଡ଼ିଶାରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ଘୋଷଣା କରିଛନ୍ତି।

ମେ’ ୧୩,୨୦ ଓ ୨୫ ତାରିଖ ଏବଂ ଜୁନ୍ ୧ ତାରିଖରେ ମତଦାନ ହେବ। ଜୁନ୍ ୪ ତାରିଖରେ ଭୋଟ ଗଣତି ହେବ। ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜୁନ ୨୪ ତାରିଖରେ ଶେଷ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରୁ ବିଜେଡି ୧୧୩, ବିଜେପି ୨୩ ଓ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିଲା।