ଥାନାରେ ହାଜର ହେଲେ ବାବୁସାନ୍‌, ହେଲେ ଦେଲେନି କୌଣସି ପ୍ରତିକ୍ରିୟା

ଭୁବନେଶ୍ୱର: ଖାରବେଳନଗର ଥାନାରେ ହାଜର ହେଲେ ବାବୁସାନ୍‌। ମା’ ଅପରାଜିତାଙ୍କ ସହ ଥାନାରେ ପହଞ୍ଚିଛନ୍ତି। ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ୍‌ଙ୍କୁ ପଚରାଉଚରା କରିବ ଖାରବେଳନଗର ଥାନା ପୁଲିସ। ଥାନାରେ ୧୬୧ ଧାରାରେ ହେବ ବୟାନ ରେକର୍ଡ।

ସୂଚନା ଥାଉକି, ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ତାଙ୍କ ନାଁରେ ମାନସିକ ନିର୍ଯାତନା ଦେଉଥିବା ଏବଂ ଆଘାତ ଦେଉଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କିରିଥିଲେ। ତୃପ୍ତିଙ୍କ ଅଭିଯୋଗକ୍ରମେ ପୁଲିସ୍‌ ବାବୁସାନ୍‌ଙ୍କ ନାଁରେ ଆଇପିସି ଧାରା ୪୯୮(ଏ)(ମାନସିକ ନିର୍ଯାତନା ଦେବା) ଏବଂ ୫୦୬(ସ୍ୱେଚ୍ଛାରେ ଆଘାତ ପହଞ୍ଚାଇବା)ରେ ଦଫା ଲଗାଇଥିଲା ।

ଏଭଳି ସ୍ଥିତିରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବାକୁ ବାବୁସାନ୍‌ଙ୍କ ଓକିଲ ଆଇନଜୀବୀ ଇଂ ଆକାଶ ଭୂୟାଁ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିଲେ ।