ବାବୁସାନ୍‌-ତୃପ୍ତି ବିବାଦରେ ବାହାରିଲା ସମାଧାନ, ମାମଲା ପ୍ରତ୍ୟାହାର କରିବେ ତୃପ୍ତି

ଭୁବନେଶ୍ୱର: ବାବୁସାନଙ୍କ ନାଁରେ ଦେଇଥିବା ମାମଲା ପ୍ରତ୍ୟାହାର କରିବେ ପତ୍ନୀ ତୃପ୍ତି ଶତପଥୀ । ଖାରବେଳ ଥାନାରେ ଦେଇଥିବା ମାମଲାକୁ ତୃପ୍ତି ଶତପଥୀ ପ୍ରତ୍ୟାହାର କରିବା ନେଇ ଜଣାପଡ଼ିଛି । ମାମଲା ପ୍ରତ୍ୟାହାର କରିବା ନେଇ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି । ସମାଧାନର ବାଟ ବାହାରିଥିବା ରବି ମିଶ୍ର କହିଛନ୍ତି ।

ପୂର୍ବରୁ ତୁପ୍ତିଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ରବି ମିଶ୍ର । ଗତ ଶୁକ୍ରବାର ତୃପ୍ତିଙ୍କ ସତ୍ୟନଗର ସ୍ଥିତ ଘରେ ପହଞ୍ଚିଥିଲେ ରବି ମିଶ୍ର । ଏହି ଅବସରରେ ସେ ତୃପ୍ତିଙ୍କ ବାପାଙ୍କ ସହିତ ଆଲୋଚନା କରିଥିଲେ । ତୃପ୍ତିଙ୍କ ବାପାଙ୍କ ସହିତ କଥା ହେବା ସମୟରେ ବୋହୂ (ତୃପ୍ତି) ଓ ପୁଅ (ବାବୁସାନ୍‌ଙ୍କ ପୁଅ )କୁ ଜଗନ୍ନାଥ ବିହାର ସ୍ଥିତ ଘରକୁ ପଠାଇବାକୁ ସେ ଅନୁରୋଧ କରିଥିଲେ ।

ସେହିପରି କିଛି ସମୟ ଧରି ଆଲେଚନା ପରେ ଘରୁ ବାହାରିଥିଲେ ଅଭିନେତା ରବି ମିଶ୍ର । ଏହି ସମୟରେ ସେ କହିଥିଲେ ଯେ, ତୃପ୍ତିଙ୍କ ବାପା ଓ ମାଉସୀଙ୍କ ସହ କଥା ହୋଇଛି । ପରିବାର ମଧ୍ୟରେ ଥିବା ଫାଟ ଦୂର ହେବ । ଆଉ କିଛି ସମୟର ଅପେକ୍ଷା କରିବାକୁ ପଡିବ । ଖୁବଶୀଘ୍ର ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।