ଜୟପୁରରେ ପହଞ୍ଚିଲା ଇଣ୍ଡିଆ ଏୟର ୱାନ୍ ବିମାନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଲା ଇଣ୍ଡିଆ ଏୟର ୱାନ୍ ବିମାନ । ପରୀକ୍ଷାମୂଳକ ଭାବେ ଭୁବନେଶ୍ବରରୁ ଜୟପୁରକୁ ବିମାନ ଉଡ଼ାଣ ଭରିଛି । ଦିନ ୧୧ଟା ୩୫ମିନିଟ୍‌ରେ ଜୟପୁର ବିମାନ ବନ୍ଦରରେ ବିମାନଟି ପହଞ୍ଚିଥିଲା । ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ଉଡାଣ ଭରିଥିଲା ବିମାନ ।