ଇସ୍ତଫା ଦେଲେ ସିଏମ୍ଓର ମୁଖ୍ୟ ପରାମର୍ଶଦାତା

ଇସ୍ତଫା ଦେଲେ ମୁଖ୍ୟ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ଓ ପରାମର୍ଶଦାତା ଆର୍‌. ବାଲ୍‌କ୍ରିଷ୍ଣନ।

ଇସ୍ତଫା ମଞ୍ଜୁର କଲେ ସରକାର

ଭୁବନେଶ୍ବର, ୦୬/୦୬: ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଜଣ ଉପଦେଷ୍ଟା। ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅବସର ପରେ ରାଜ୍ୟ ସରକାର ବିଭିନ୍ନ ବିଭାଗର ଦାୟିତ୍ୱ ନ୍ୟସ୍ତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ପଦବୀରେ ମଧ୍ୟ ନିଯୁକ୍ତ ଦିଆଯାଇଥିଲା। ଆର. ବାଲକ୍ରିଷ୍ଣନଙ୍କ ଅବସର ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦବୀରେ ନିଯୁକ୍ତ ଥିଲେ। ଉଭୟ ଅଧିକାରୀ ଇସ୍ତଫା ଦେବା ପରେ ସେମାନଙ୍କ ଇସ୍ତଫା ମଞ୍ଜୁର ହୋଇଛି। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ସେମାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି।