ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା

ମୁଖ୍ୟମନ୍ତ୍ରୀ ପଦ ସଂକ୍ରାନ୍ତରେ ଆଲୋଚନା ପାଇଁ ନବନିର୍ବାଚିତ ସାଂସଦ ମାନଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ରର ଶୀର୍ଷ ନେତୃତ୍ୱ।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ

ଭୁବନେଶ୍ୱର,୦୬/୦୬: ରାଜ୍ୟରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଢିବାକୁ ଥିବା ବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ସସପେନ୍ସରେ ଅଛନ୍ତି ରାଜ୍ୟବାସୀ। ଚର୍ଚ୍ଚାର ସବୁଠୁ ଉପରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଗିରିଶ ଚନ୍ଦ୍ର ମୁର୍ମୁ, ପ୍ରତାପ ଷଡଙ୍ଗୀ, ମନମୋହନ ସାମଲ ଓ ସୂରଜ ସୂର୍ଯ୍ୟବଂଶୀ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଲୋଚନା କରିବା ପାଇଁ ଓଡ଼ିଶାର ନବନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀରୁ ଡକରା ଆସିଛି ବୋଲି ସୂଚନା ମିଳିଛି।

ନବନିର୍ବାଚିତ ସମସ୍ତ ୨୦ ଜଣ ଲୋକସଭା ସଦସ୍ୟ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଦଳର ସଂସଦୀୟ ବୋର୍ଡ ବୈଠକରେ ସେମାନେ ଯୋଗଦେବେ। ରାଜ୍ୟରେ ସରକାର ଗଠନ ଓ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀର୍ଷ ନେତାମାନେ ସାଂସଦମାନଙ୍କ ଠାରୁ ମତାମତ ଲୋଡିବେ। ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଶପଥ ଗ୍ରହଣ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।