ବିଏସକେୱାଇ ପରେ ଏବେ ଲକ୍ଷ୍ମୀ ବସକୁ ନେଇ ଦ୍ୱନ୍ଦରେ ରାଜ୍ୟବାସୀ

ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀ ବସରୁ ଲୋଗୋ ହଟାଇ ଦିଆଯାଇଛି।

ଲକ୍ଷ୍ମୀ ବସରୁ ଲୋଗୋ ଉଭାନ

ଭୁବନେଶ୍ବର, ୦୬/୦୬: ଓଡ଼ିଶାରେ ସରକାର ବଦଳିବା ପରେ ରାଜ୍ୟବାସୀଙ୍କ ମନରେ ବିଭିନ୍ନ ଯୋଜନାକୁ ନେଇ ଦ୍ୱନ୍ଦ ଦେଖାଦେଇଛି। ନବୀନ ସରକାର ଦ୍ୱାରା ଆରମ୍ଭ ହୋଇଥିବା ବିଏସକେୱାଇ ଯୋଜନାକୁ ଦ୍ୱନ୍ଦ ସୃଷ୍ଟି ହୋଇଥିବା ବେଳେ ପୁଣି ଲକ୍ଷ୍ମୀ ବସକୁ ନେଇ ଦ୍ୱନ୍ଦରେ ରାଜ୍ୟବାସୀ।

ଲକ୍ଷ୍ମୀ ବସରୁ ଶଙ୍ଖ ଚିହ୍ନ ହଟାଇ ଦିଆଯାଇଥିବା ଦେଖା ଦେଇଛି। ଲକ୍ଷ୍ମୀ ବସରୁ ଏହି ଲୋଗୋ ହଟାଇ ଦିଆଯିବା ପରେ ଏହି ସୁବିଧା ରାଜ୍ୟରେ କାର୍ଯ୍ୟରତ ହେବ ନା ନାହିଁ ବୋଲି ଚିନ୍ତାରେ ରାଜ୍ୟବାସୀ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବସ କର୍ମଚାରୀମାନେ ଏହି ଲୋଗୋ ହଟାଇ ଦେଇଥିବା ସୂଚନା ମିଳିଛି। ଅତ୍ୟାବଶ୍ୟକ ପରିବହନ ସେବା ଓ ସୁଯୋଗ ପାଇଁ ଗ୍ରାମାଞ୍ଚଳ ମାନଙ୍କରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ବସରେ ଯାତ୍ରା କରିବା ପାଇଁ ମହିଳା ଯାତ୍ରୀଙ୍କୁ ମାତ୍ର ୫ ଟଙ୍କା ଲେଖାଏଁ ଦେବାକୁ ପଡୁଥିଲା। କିନ୍ତୁ ବିଜେପି ସରକାର ଗଠନ କରିବାକୁ ଥିବା ବେଳେ ରାଜ୍ୟରେ ଏ ନେଇ ବିଭିନ୍ନ ସ୍କିମ ବନ୍ଦ ହୋଇଯିବା ଆଶଙ୍କା କରାଯାଉଛି।