ନବୀନ ଲିଡ୍ କରୁଥିଲେ, ଆଗକୁ ବି ଲିଡ୍ କରିବେ

ଆଜି ନବୀନ ନିବାସରେ ବିଜେଡିର ପରାଜିତ ନେତାଙ୍କୁ ନେଇ ହୋଇଥିଲା ବୈଠକ।

ବିଜେପିର ଅପପ୍ରଚାର ପାଇଁ ବିଜେଡି ହାରିଲା

ଭୁବନେଶ୍ବର, ୦୬/୦୬: ଆଜି ନବୀନ ନିବାସରେ ବିଜେଡିର ପରାଜିତ ନେତାଙ୍କୁ ନେଇ ହୋଇଥିଲା ବୈଠକ। ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଥିଲେ ନେତା। ଦଳର ପରାଜୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୪ ନିର୍ବାଚନରେ ପରାଜୟର କାରଣ ଖୋଜିବା ପାଇଁ ଗଠନ ହେବ କମିଟି ବୋଲି ସୂଚନା ମିଳିଛି।

ବୈଠକ ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ହୋଇଥିଲା। ନବୀନ ପଟ୍ଟନାୟକ ଆଗରୁ ଲିଡ୍ କରୁଥିଲେ ଆଗକୁ ମଧ୍ୟ ଦଳକୁ ଲିଡ୍ କରିବେ। ଦଳର ପରାଜୟର କାରଣ ଖୋଜିବ କମିଟି। ପାଣ୍ଡିଆନଙ୍କ ଅବସ୍ଥିତି ନେଇ ପ୍ରଣବ କହିଧଝଛନ୍ତି ଯେ, ନବୀନ ହେଉଛନ୍ତି ସର୍ବମାନ୍ୟ। ତେଣୁ ଦଳରେ କିଏ ରହିବେ କିଏ ନରହିବେ ତାହା ଦଳର ସଭାପତି ହିଁ ନିଷ୍ପତ୍ତି ନେବେ।

ଅନ୍ୟପକ୍ଷରେ ସୁବାଷ ସିଂ କହିଛନ୍ତି ଯେ, ବିଜେଡିର ଅପପ୍ରଚାର ହୋଇଥିବାରୁ ବିଜେଡି ହାରିଛି। ବିଜେପିର ବହୁ ନେତା ବିଜେଡି ବିରୋଧରେ ଅପପ୍ରଚାର କରୁଥିଲେ। କିନ୍ତୁ ଓଡ଼ିଶାବାସୀ ବିଜେଡିକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଆଜି ବି ନିର୍ବାଚନ ହେଲେ ବିଜେଡିକୁ ବହୁମତରେ ଭୋଟ୍ ମିଳିବ। ଏବେ ବି ୫୧ ଆସନ ବିଜେଡି ହାତରେ ଅଛି। ଦଳକୁ ଶକ୍ତିଶାଳୀ କରିବା ପାଇଁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଠିକ୍ ଭାବେ ବିରୋଧି ଦଳ ଭୂମିକା ଗ୍ରହଣ କରିବୁ।