ଶପଥ ଗ୍ରହଣ ସମାରୋହ ପାଇଁ ହାଫ-ଡେ ହଲିଡେ

ଭୁବନେଶ୍ବର ଜନତା ମଇଦାନରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ବହୁ ଆଡମ୍ବରରେ ହେବ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ବର, ୧୧/୦୬: ଆସନ୍ତାକାଲି ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ବରର ଜନତା ମଇଦାନରେ ବହୁ ଆଡମ୍ବର ସହକାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ୱରରେ ଅଧା ଦିନ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ବୁଧବାର ଅପରାହ୍ନ ୧ଟାରୁ ଅଧା ଦିନ ଛୁଟି ଲାଗୁ ହେବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଜେପି ନେତା ପ୍ରମୁଖ ଉପସ୍ଥିତ ରହିବେ। ସେହିପରି ୧୨ ତାରିଖ ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସ୍ଥାନରେ ଓଡ଼ିଆ ଅସ୍ମିତାର ଝଲକ ମଧ୍ୟ ଦେଖିବାକୁ ମିଳିବ। ଏ ନେଇ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି।