ରାଜ୍ୟରୁ ହଟିଲା ୫-ଟି ଓ ମୋ ସରକାର

ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ।

ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୩/୦୬: ରାଜ୍ୟରୁ ହଟିଲା ୫-ଟି ବ୍ୟବସ୍ଥା ଓ ମୋ ସରକାର। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରୁ ୫ଟି ବ୍ୟବସ୍ଥା ଓ ମୋ ସରକାର ବୋର୍ଡ ହଟାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ସମୀକ୍ଷା ବୈଠକରେ ୫-ଟିକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ।

୨୦୧୯ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ୫-ଟି ଓ ମୋ ସରକାର ଲାଗୁ କରିଥିଲେ। ୫-ଟି ଅର୍ଥାତ୍ ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫର୍ମେସନ୍ ଏବଂ ଟାଇମ୍ ଲିମିଟ୍ ଭଳି ପାଞ୍ଚଟି ବିଷୟ ଉପରେ ୫ଟି କାର୍ଯ୍ୟ କରିଥିଲା। ଏହା ଦ୍ୱାରା ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା। ଏହାର ନେତୃତ୍ୱ ନେଇଥିଲେ ଭିକେ ପାଣ୍ଡିଆନ। ଭିକେ ପାଣ୍ଡିଆନଙ୍କୁ ୫-ଟି ସଚିବ ରୂପେ ଅବସ୍ଥାପିତ କରାଯାଇଥିଲା। ପରେ ପାଣ୍ଡିଆନ ଅବସର ନେବା ପରେ ୫-ଟି ଅଧ୍ୟକ୍ଷ ହୋଇଥିଲେ। ବିଜେପି ବିରୋଧି ଦଳ ଥିବା ବେଳେ ଏହାକୁ ଘୋର ବିରୋଧ କରୁଥିଲା। ଏବେ ବିଜେପି ସରକାରକୁ ଆସିଲା ପରେ ଏହାକୁ ବନ୍ଦ କରାଯାଇଛି।