ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ କାମଚଳା ବାଚସ୍ପତି

କାମଚଳା ବାଚସ୍ପତି ଆସନ୍ତା ୧୮ ଓ ୧୯ ତାରିଖରେ ବିଧାୟକମାନଙ୍କୁ ଶପଥ ପାଠ କରାଇବେ।

୨୦ରେ ବିଧାନସଭା ବାଚସ୍ପତି ନିର୍ବାଚନ

ଭୁବନେଶ୍ବର, ୧୩/୦୬: ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇବେ। ପରେ ବାଚସ୍ପତି ଜୁନ୍ ୧୮ ଓ ୧୯ ତାରିଖରେ ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ।

ଜୁନ୍ ୨୦ତାରିଖରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ନିୟମିତ ବାଚସ୍ପତିଙ୍କ ଅନୁପସ୍ଥିତି ହେତୁ ଗୃହକାର୍ଯ୍ୟ ପରିଚାଳନା ପାଇଁ ସୀମିତ ସମୟ ପାଇଁ କାମଚଳା ବାଚସ୍ପତିଙ୍କୁ ନିଯୁକ୍ତ କରାଯାଇଛି।