ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକରେ ଶାହଙ୍କ ଆହ୍ବାନ

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର‌ ଦେଇଛନ୍ତି। ପାର୍ଟି ପକ୍ଷରୁ ଦିଆଯାଇଥିବା କାମକୁ ସଠିକ ଭାବେ ଏବଂ ଶୀଘ୍ର କାର୍ଯ୍ୟାନ୍ବୟନ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶାହ।

ଗାଁର ୱାର୍ଡ ଓ ବୁଥସ୍ତରରେ ଅର୍ଥାତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

ସେହିପରି ଘରେ ଘରେ ପଦ୍ମ ଫୁଲ ଅଙ୍କିବା ଉପରେ ମଧ୍ୟ ସେ ଗୁରୁତ୍ବ ଆରୋପ କରିଛନ୍ତି। ଏଥିସହ କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ଲଢେଇ କଲେ ଦଳ ସରକାରକୁ ଆସିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶ‌ାହ କହିଛନ୍ତି।