ଆସୁଛି ଆଉ ଏକ ଲଘୁଚାପ

ରାଜ୍ୟରେ ଭୀଷଣ ବର୍ଷା କରାଇବା ପରେ ଲଘୁଚାପ ବୁଧବାର ଦୁର୍ବଳ ହୋଇଛି । ଆଗକୁ ଆଉ ଏକ ଲଘୁଚାପ ଆସୁଛି। ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ୧୩ ଓ ୧୪ ତାରିଖ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭୀଷଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସତର୍କ କରାଇଛି ।

ପୁଣି ଆସନ୍ତା ୧୮ରେ ଉପକୂଳରେ ଘୂର୍ଣ୍ଣିବଳୟ ରାଜ୍ୟରେ ବର୍ଷା କରାଇବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଅବପାତ ଆଜି ଛତିଶଗଡ଼ ଉପରେ ଦୁର୍ବଳ ହୋଇଛି । ଏହା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରକୁ ଖସିଛି ।

ଗୁରୁବାର ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇଯିବ । ହେଲେ ୧୩ରୁ ସାନି ଲଘୁଚାପ ପ୍ରଭାବରେ ନିର୍ଘାତ ବର୍ଷା ଆରମ୍ଭ ହୋଇଯିବ। ୧୨ରୁ ଲଘୁଚାପର ପ୍ରଭାବ ଆରମ୍ଭ ହୋଇଯିବ । ୧୪ରେ ବର୍ଷା ପରିମାଣ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ତେବେ ୧୫ରେ ବର୍ଷା ପରିମାଣ କମିବ । ତଥାପି ରାଜ୍ୟ ସାରା ମଧ୍ୟମ ପରିମାଣର ବର୍ଷା ହେବ ବୋଲି ସେ କହିଛନ୍ତି ।