୧୨,୧୫୬ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ

୨୦୨୪-୨୫ ପାଇଁ ଆର୍ଥିକ ବ୍ୟୟବରାଦ

ଭୁବନେଶ୍ୱର, ୨୬/୧୧: ଆଜିଠୁ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।

ସ୍ୱରାଷ୍ଟ୍ର ବିଭାଗ ପାଇଁ ୧୩୫୨ କୋଟି ବ୍ୟୟବରାଦ କରା ଯାଇଥିବା ବେଳେ, ଅର୍ଥ ବିଭାଗ ପାଇଁ ୧୭୫୦ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୧୧୪ କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୫୩୦ କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ପାଇଁ ୧୦୦୦ କୋଟି, ମହିଳା ଓ ଶିଶୁ ବିଭାଗ ପାଇଁ ୧୨୩୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି।

ନିମ୍ନରେ ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ