କୋରାପୁଟରେ ପ୍ରବଳ ଥଣ୍ଡା ଅନୁଭୂତ

ବଦଳିଲା ସ୍କୁଲ ସମୟ

କୋରାପୁଟ, ୦୧/୧୨: କୋରାପୁଟରେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଆଜିଠାରୁ ପ୍ରତି ଶନିବାର ସ୍କୁଲଗୁଡ଼ିକରେ ସକାଳ ପାଠପଢ଼ା ବନ୍ଦ ରହିବ। ୨୦୨୫ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଶନିବାର ସକାଳୁଆ ପରିବର୍ତ୍ତେ ଡେ କ୍ଲାସ୍ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)। ବିଇଓ ଅଧୀନରେ ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲାରେ କିଛି ଦିନ ହେବ ଉଭୟ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୧୫ ଡିଗ୍ରୀ ପାଖାପାଖି ରହିଛି। ଫଳରେ ଲୋକେ ସକାଳ ସମୟରେ ଘରେ ରହିବାକୁ ପସନ୍ଦ କରୁଛନ୍ତି।