ଭୁବନେଶ୍ୱର, ୦୯/୦୧: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବରିଷ୍ଠ ତତ୍ୱାବଧାନରେ ସାରା ବିଶ୍ୱରୁ ପ୍ରବାସୀ ଭାରତୀୟ ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ଓ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିବା ସହିତ ଓଡିଶାର ଗରିମାମୟ ଅଧ୍ୟାୟକୁ ଅବଲୋକନ କରୁଛନ୍ତି। ଏହି ଅବସରରେ ଓଡିଶାର ସୁପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଚିତ୍ତରଞ୍ଜନ ସାହାଣୀ, ଓଡିଶାର ପର୍ଯ୍ୟଟନ ସ୍ଥଳୀ ମହାନଦୀର ନୌବିହାର ସ୍ଥଳରେ ନୃତ୍ୟଶାଳାର ଶିଳ୍ପୀ ମୋନାଲ ମନିଷ୍କା ସାହୁ, ବେଦାଂଶୀ କେଜ୍ରିୱାଲ, ଶ୍ରୀୟାଂଶ୍ରୀ ପ୍ରଧାନ ଏବଂ ରୋଜାଲିନ ପ୍ରଧାନଙ୍କ ସହ ମନୋରମ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ପ୍ରବାସୀ ଭାରତୀୟଙ୍କ ମନ ମୋହିଛନ୍ତି। ବିଶେଷ କରି ଓଡିଶୀ ନୃତ୍ୟର ଲାବଣ୍ୟମୟ ଛନ୍ଦ ଏବଂ ଓଡିଶୀ ନୃତ୍ୟର ମନ୍ଦିର କଳା ଶିଳ୍ପୀ ପ୍ରବାସୀ ଭାରତୀୟଙ୍କ ମନ ମୁଗ୍ଧ କରିଛି। ଏହାକୁ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ସଂସ୍କୃତି ଓ ସାହିତ୍ୟ ବିଭାଗ ପରିଚାଳନା କରୁଅଛି।
Prev Post