ଶୀଘ୍ର ଇ-କେୱାଇସି ଅପଡେଟ କରାଇ ନିଅନ୍ତୁ
ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଅପିଲ
ଡେଡ୍ ଲାଇନ ଦେଲେ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, ୦୯/୦୧: ରାଜ୍ୟର ରାସନ୍ କାର୍ଡ ହିତାଧିକାରୀଙ୍କୁ ଶୀଘ୍ର ଇ-କେୱାଇସି ଅପଡେଟ କରାଇ ନେବା ପାଇଁ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ହିତାଧିକାରୀମାନେ ଯଦି ଜାନୁଆରି ୩୧ ସୁଦ୍ଧା ରାସନ କାର୍ଡର ଇ-କେୱାଇସି ଅପଡେଟ ନ କରନ୍ତି, ତେବେ ସେମାନଙ୍କ ନାଁରେ ଥିବା ରାସନ କାର୍ଡ କଟିଯିବ। ନିର୍ଦ୍ଧାରିତ ତାରିଖ ସୁଦ୍ଧା ଏହାକୁ ଶେଷ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହିତାଧିକାରୀଙ୍କୁ ନିବେଦନ କରିଛନ୍ତି।
ଓଡ଼ିଶାରେ ପ୍ରାୟ ୪୯ ଲକ୍ଷ ରାସନ୍ କାର୍ଡ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାନ୍ତି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ହିତାଧିକାରୀମାନେ ସେମାନଙ୍କର ସ୍ଥାନୀୟ ଇଲେକ୍ଟ୍ରୋନିକ୍ ପବ୍ଲିକ୍ ସର୍ଭିସ୍ (ଇପିଏସ୍) ଆଉଟଲେଟ୍ କିମ୍ବା ରାସନ ବିତରଣ କେନ୍ଦ୍ରକୁ ଯାଇ ସେମାନଙ୍କ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ। ସମସ୍ତ ଯୋଗ୍ୟ ହିତାଧିକାରୀସେମାନଙ୍କ ଇ-କେୱାଇସି ଶେଷ କରିବା ପରେ ନୂତନ ରାସନ କାର୍ଡ ପ୍ରଦାନ କରାଯିବ।