ହାଇଟେକ୍ ବିଜ୍ଞାନ ମହାବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

ଦେଶ ଓ ଜାତି ପାଇଁ ବିଦ୍ୟାର୍ଥୀମାନେ ଉତ୍ସର୍ଗୀକୃତ ହେବା ପାଇଁ ଆହ୍ୱାନ

ଭୁବନେଶ୍ୱର, ୨୩/୦୧: ଏକ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଓଡିଶାର ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶା ଜନ ମାନସର ମହାନ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ତିଥି ଅବସରରେ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ପରିସରରେ ମନୋଜ୍ଞ ଉତ୍ସବ ପାଳିତ ହୋଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରି ଆଜିର ଦିନରେ ୧୨୭ ବର୍ଷ ଜନ୍ମ ଦିବସ ପାଳନ ଅବସର ଏବଂ ୧୮୦୯ ମସିହାରେ ବୀର ସୁରେନ୍ଦ୍ର ସାଏ ଜନ୍ମ ଗ୍ରହଣ କରି ୨୧୫ ବର୍ଷ ବୟସରେ ପ୍ରଦାର୍ପଣ କରି କରିଛନ୍ତି । ଏହି ମହାନ୍ ପୁରୁଷ ଆଜି ଆମ ପାଖରେ ନାହାଁନ୍ତି ସତ କିନ୍ତୁ ଛାଡିଯାଇଥିବା ତ୍ୟାଗପୂତ ଜୀବନ ଏବଂ ଦେଶମାତୃକା ପାଇଁ ତାଙ୍କ ବଳିଦାନ ସମଗ୍ର ମାନବ ସମାଜ ସେମାନଙ୍କୁ ମନେ ରଖୁଥିବ । ତେଣୁ ବିଦ୍ୟାର୍ଥୀମାନେ ଏହି ଅବସରରେ ସେମାନଙ୍କ ଭଳି ତ୍ୟାଗପୂତ ଜୀବନ ବସୁଧୈବ କୁଟୁମ୍ବକମ୍ ପର୍ଯ୍ୟାୟ ନିର୍ଯ୍ୟାସରେ ମନୋନିବେଶ କରିବା ଦରକାର । ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତି ଅଙ୍କିତା ପାଣିଗ୍ରାହୀ, ଅଧ୍ଯକ୍ଷ ଡ. ଚିତ୍ତରଞ୍ଜନ ସାହୁ ବିଦ୍ୟାର୍ଥୀମାନଙ୍କୁ ଉତ୍ସର୍ଗୀକୃତ ଜୀବନଯାପନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସେହିପରି ପଦାର୍ଥ ବିଜ୍ଞାନ ଅଧ୍ୟାପକ ବେଦବ୍ରହ୍ମା ଦାସ ଏବଂ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ବିଶ୍ୱଜିତ୍ ବେହେରା ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ସ୍ଵାଧୀନତା ସଂଗ୍ରାମର ମୂଲ୍ୟବୋଧକୁ ବୁଝିବା ପାଇଁ ଆହ୍ବାନ ଦେଇଥିବାବେଳେ, ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଚିତ୍ତରଞ୍ଜନ ସାହାଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବିଦ୍ୟାର୍ଥୀମାନେ ସେମାନଙ୍କ ଜୀବନକୁ ସଦାସର୍ବଦା ଦେଶମାତୃକା ପାଇଁ ବଳିଦାନ କରିବାର ଆହ୍ବାନରେ ବଞ୍ଚିବାରେ ଉଚିତ୍ ବୋଲି ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ଶତାଧିକ ବିଦ୍ୟାର୍ଥୀ ଏହି ଅବସରରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କର ଜୟଗାନ କରିଥିଲେ । ଏଥିସହିତ ରସାୟନ ବିଜ୍ଞାନର ଅଧ୍ୟାପିକା ସ୍ୱର୍ଣ୍ଣପ୍ରଭା ମହାନ୍ତି ଏବଂ ପ୍ରାଣୀ ବିଜ୍ଞାନ ଅଧ୍ଯ ଅଧ୍ୟାପକ ପ୍ରଭାତ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।