ଭୁବନେଶ୍ୱର, ୧୨/୦୨: ଅତ୍ୟନ୍ତ ମେଳାପୀ, ପରୋପକାରୀ ତଥା ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଭିକାରି ଚରଣ ଚନ୍ଦଙ୍କ ୮୮ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଜୟରେ ଇହଲୀଳା ସମ୍ବରଣ କରିଛନ୍ତି। ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ଅଞ୍ଚଳ ପାଇଁ ଆଲୋକବର୍ତ୍ତିକା ଥିଲେ ଭିକାରି ସାର। ମଧୁବନ ମଧ୍ୟ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ସହସ୍ରାଧିକ ମେଧାବୀ ବିଦ୍ୟାର୍ଥୀ ସୃଷ୍ଟି କରି ଅଞ୍ଚଳ ପାଇଁ ମାର୍ଗଦର୍ଶକ ଥିଲେ। ନିଜସ୍ବ ପ୍ରାପ୍ୟ ଦରମାରୁ ଈଶାନେଶ୍ବର ମନ୍ଦିର ତିଆରି କରିବା ଓ ସାଇ ମନ୍ଦିର ପାଇଁ ଭୂମିଦାନ କରିଥିଲେ। ଅଞ୍ଚଳର ସାମଗ୍ରିକ ବିକାଶ ସର୍ବୋପରି ଶିକ୍ଷା ସ୍ବାସ୍ଥ୍ୟ ଆଧ୍ୟାତ୍ମିକ ଜାଗରଣ ସମାଜସେବା ଓ ସଂସ୍କୃତିର ବିକାଶର ମୁଖ୍ୟ ପୁରୋଧା ଥିଲେ। ଭିକାରି ସାରଙ୍କ ଶବାଧାରାରେ ଏକ ମାତ୍ର ପୁତ୍ର ଅଧ୍ୟାପକ ଅଜୟ କୁମାର ଚନ୍ଦ, ଦୁଇ କନ୍ୟା, ପୁତ୍ର ବଧୂ ଜାମାତା ନାତି ନାତୁଣୀ ଓ ଅଞ୍ଚଳର ସାହସ୍ରାଧିକ ସୃଷ୍ଟ ଛାତ୍ରଛାତ୍ରୀ ଜନସାଧାରଣ ଯୋଗ ଦେଇ ଭିକାରି ସାରଙ୍କୁ ଶୋକାପ୍ଳୁତ ନୟନରେ ଶେଷ ବିଦାୟ ଦେଇଥିଲେ।