ପଞ୍ଚଭୂତରେ ବିଲୀନ ଉତ୍ତମଙ୍କ ପାର୍ଥିବ ଶରୀର

ପୁଅ ବାବୁଶାନ ଦେଲେ ମୁଖାଗ୍ନି

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ

ଭୁବନେଶ୍ୱର, ୨୮/୦୨: ପଞ୍ଚଭୂତରେ ବିଲୀନ ହେଲେ ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତି। ଗତ କାଲି ବିଳମ୍ବିତ ରାତ୍ରୀରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ୬୭ ବର୍ଷ ବୟସ ହୋଇଥିଲା। ଆଜି ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ରଖାଯାଇ ଶେଷ ଦର୍ଶନ କରିଥିଲେ କଳାକାର ଜଗତର ବିଶିଷ୍ଟ ଅଭିନେତା ଅଭିନେତ୍ରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ହଜାର ହଜାର ପ୍ରଶଂସକ। ଏହା ପରେ ଅପରାହ୍ନରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇ ସତ୍ୟନଗର ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ। ଓଡ଼ିଆ ପରମ୍ପରା ଅନୁସାରେ ତାଙ୍କ ପାର୍ଥିବ ଶରୀର ଦାହ କରାଯାଇଛି। ଶ୍ମଶାନ ବାହାରେ ହଜାର ହଜାର ପ୍ରଶଂସକ ତାଙ୍କ ଶେଷ ଯାତ୍ରାରେ ବିଦାୟ ଦେଇଥିଲେ।