କେରଳରେ ସାର୍ବଜନୀନ ସାକ୍ଷରତା ସୃଷ୍ଟି କରିବାରେ ଥିଲା ଏହି ମହାନ ବ୍ୟକ୍ତିଙ୍କ ହାତ
ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’
ଆଜିର ତାରିଖ ୨୦୨୫ ମାର୍ଚ୍ଚ ୧
*ବିଶ୍ୱ ବେସାମରିକ ପ୍ରତିରକ୍ଷା ଦିବସ: ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ଦେଉଥିବା ବେସାମରିକ ପ୍ରତିରକ୍ଷା ସଂଗଠନଗୁଡ଼ିକୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ବେସାମରିକ ପ୍ରତିରକ୍ଷା ଦିବସ ଭାବେ ପାଳନ କରାଯାଏ। ଏହା ଜୀବନ ବଞ୍ଚାଇବା ଏବଂ ବିପଦ କୁ ହ୍ରାସ କରିବା ପାଇଁ ଜରୁରୀକାଳୀନ ପ୍ରସ୍ତୁତି, ନିରାପତ୍ତା ପଦକ୍ଷେପ ଏବଂ ବିପର୍ଯ୍ୟୟ ମୁକାବିଲା ବିଷୟରେ ସଚେତନତା ପ୍ରସାର କରେ।
*ଶୂନ୍ୟ ଭେଦଭାବ ଦିବସ: ପ୍ରତିବର୍ଷ ମାର୍ଚ୍ଚ ୧ ରେ ଜାତିସଂଘ ଏବଂ ଅନ୍ୟନ୍ୟ ଅନ୍ତର୍ଜାତୀୟ ସଂଗଠନଦ୍ୱାରା ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ଆଇନ ଆଗରେ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରରେ ଏହାକୁ ପାଳନ କରାଯାଏ। ୨୦୨୫ର ଥିମ୍ ହେଉଛି “ଆମେ ଏକାଠି ଠିଆ ହୋଇଛୁ”।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ସାଙ୍ଗୟାଙ୍ଗ ଗ୍ୟାତ୍ସୋ (୧ ମାର୍ଚ୍ଚ ୧୬୮୩ – ୧୫ ନଭେମ୍ବର ୧୭୦୬), ଷଷ୍ଠ ଦଲାଇ ଲାମା ଅରୁଣାଚଳ ପ୍ରଦେଶର ଉର୍ଗେଲିଂ ମଠରେ ଜନ୍ମଗ୍ରହଣ କରିଥିଲେ। ୧୭୦୬ ମସିହାରେ ବେଜିଂ ଯିବା ବାଟରେ ସେ କିଙ୍ଗହାଇ ନିକଟରେ ନିଖୋଜ ହୋଇଯାଇଥିଲେ। ଷଷ୍ଠ ଦଲାଇ ଲାମା କବିତା ଏବଂ ଗୀତ ରଚନା କରିଥିଲେ ଯାହା କେବଳ ଆଧୁନିକ ତିବ୍ଦତରେ ନୁହେଁ ବରଂ ସମଗ୍ର ଚୀନରେ ଲୋକପ୍ରିୟ ହୋଇପାରିଛି। ସେ ୧୬୮୩ ମସିହା ମାର୍ଚ୍ଚ ୧ ତାରିଖରେ
୨. ପୁଥୁବାୟିଲ ନାରାୟଣ ପାନିକର (୧ ମାର୍ଚ୍ଚ ୧୯୦୯ – ୧୯ ଜୁନ ୧୯୯୫) ପାଠାଗାର ଆନ୍ଦୋଳନର ଜନକ ଭାବରେ ଜଣାଶୁଣା। କେରଳ ଗ୍ରନ୍ଥଶାଳା ସଂଘମ ନାମରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ ଯାହା ରାଜ୍ୟରେ ସାର୍ବଜନୀନ ସାକ୍ଷରତା ସୃଷ୍ଟି କରିଥିଲା।
୩. କରତାର ସିଂ ଦୁଗ୍ଗଲ (୧ ମାର୍ଚ୍ଚ ୧୯୧୭ – ୨୬ ଜାନୁଆରୀ ୨୧୨) ଜଣେ ଭାରତୀୟ ଲେଖକ ଯିଏ ପଞ୍ଜାବୀ, ଉର୍ଦ୍ଦୁ, ହିନ୍ଦୀ ଏବଂ ଇଂରାଜୀ ରେ ଲେଖିଥିଲେ। ତାଙ୍କ କୃତି ମଧ୍ୟରେ କ୍ଷୁଦ୍ରଗଳ୍ପ, ଉପନ୍ୟାସ, ନାଟକ ରହିଛି। ତାଙ୍କ କୃତି ଭାରତୀୟ ଓ ବିଦେଶୀ ଭାଷାରେ ଅନୁବାଦିତ ହୋଇଛି। ୧୯୮୮ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ୨୦୦୭ ମସିହାରେ ସେ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ।
୪. ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (୧ ମାର୍ଚ୍ଚ ୧୯୪୪ – ୮ ଅଗଷ୍ଟ ୨୦୨୪) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପଲିଟ୍ ବୁରୋର ପୂର୍ବତନ ସଦସ୍ୟ ଥିଲେ। ସେ ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ।
୫. ନୀତୀଶ କୁମାର (୧ ମାର୍ଚ୍ଚ ୧୯୫୧) ବିହାରର ୨୨ତମ ମୁଖ୍ୟମନ୍ତ୍ରୀ। ନୀତିଶ ଇଞ୍ଜିନିୟରିଂ ପାଠ୍ୟକ୍ରମ ସାରିବା ପରେ ରାଜନୀତିକୁ ଆସିବା ପୂର୍ବରୁ ବିହାର ରାଜ୍ୟ ବିଦ୍ୟୁତ ବୋର୍ଡରେ କାର୍ଯ୍ୟ କରିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ବସନ୍ତରାଓ ବନ୍ଦୁଜୀ (୧୩ ନଭେମ୍ବର ୧୯୧୭ – ୧ ମାର୍ଚ୍ଚ ୧୯୮୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ପ୍ରଥମ ଆଧୁନିକ ମରାଠା ଶକ୍ତିଶାଳୀ ଏବଂ ମହାରାଷ୍ଟ୍ରୀୟ ରାଜନୀତିର ପ୍ରଥମ ଜନନେତା ଭାବରେ ପରିଚିତ ଥିଲେ। ସେ ୧୭ ମେ ୧୯୭୭ରୁ ୧୮ ଜୁଲାଇ ୧୯୭୮ ଏବଂ ପୁଣି ୨ ଫେବୃଆରୀ ୧୯୮୩ରୁ ୧ ଜୁନ ୧୯୮୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ସେ ୧୯୮୫ରୁ ୧୯୮୭ ପର୍ଯ୍ୟନ୍ତ ଦୁଇ ବର୍ଷ ରାଜସ୍ଥାନର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
୨. ଫତେହ ସିଂ ରାଠୋର (୧୦ ଅଗଷ୍ଟ ୧୯୩୮ – ୧ ମାର୍ଚ୍ଚ ୨୦୧୧) ଜଣେ ଭାରତୀୟ ବାଘ ସଂରକ୍ଷକ। ଫତେହ ସିଂ ୧୯୬୦ ରେ ଭାରତୀୟ ବନ ସେବାରେ ଯୋଗ ଦେଇଥିଲେ ଏବଂ ପ୍ରଥମ ପ୍ରୋଜେକ୍ଟ ଟାଇଗର ଟିମର ଅଂଶ ଥିଲେ। ବଡ଼ ବିଲେଇ ବିଷୟରେ ତାଙ୍କର ଗଭୀର ଜ୍ଞାନ ଥିବାରୁ ତାଙ୍କୁ ବାଘ ଗୁରୁ ଭାବରେ ବ୍ୟାପକ ସ୍ୱୀକୃତି ମିଳିଥିଲା। ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ସେ ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୫୬୫ – ବ୍ରାଜିଲର ରିଓ ଡି ଜେନେରୋ ସହରକୁ ପର୍ତ୍ତୁଗିଜମାନେ ପ୍ରତିଷ୍ଠା କରିଥିଲେ।
୧୭୯୦ – ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଜନଗଣନା କରାଯାଇଥିଲା, ଯାହାର ମୋଟ ଜନସଂଖ୍ୟା ୩,୯୨୯,୨୧୪ ଥିଲା।
୧୮୭୨ – ୟେଲୋଷ୍ଟୋନ ଜାତୀୟ ଉଦ୍ୟାନ ବିଶ୍ୱର ପ୍ରଥମ ଜାତୀୟ ଉଦ୍ୟାନ ଭାବରେ ସ୍ଥାପିତ ହୋଇଥିଲା।
୧୯୩୯ – ଜାପାନର ଓସାକା ପ୍ରିଫେକ୍ଚରର ହୀରାକଟାରେ ଥିବା ଇମ୍ପେରିଆଲ ଜାପାନୀ ସେନାର କିନ୍ୟା ଗୋଳାବାରୁଦ ଭଣ୍ଡାରର ଗୋଦାମ ନଂ ୧୫ରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ପରବର୍ତ୍ତୀ କିଛି ଦିନ ମଧ୍ୟରେ ଡିପୋ ଜଳିଯିବା ପରେ ମାର୍ଚ୍ଚ ୩ ସୁଦ୍ଧା ସମୁଦାୟ ୨୯ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୯୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦୪ ଜଣ ଆହତ ହୋଇଥିଲେ ଏବଂ ୮୨୧ ଟି ଘର କ୍ଷତିଗ୍ରସ୍ତ ହୋଇଥିଲା।
୧୯୯୧ – ଇରାକରେ ସଦ୍ଦାମ ହୁସେନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। ଏହି ବିଦ୍ରୋହ ଏକ ମାସରୁ ଅଧିକ ସମୟ ଧରି ଚାଲିଥିଲା। ଏହା ଦ୍ୱାରା ଦେଶରୁ ୧୮ ଲକ୍ଷ ଶରଣାର୍ଥୀ ପଳାୟନ କରିଥିଲେ ଏବଂ ୨୫,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଯେଉଁଥିରେ ଅଧିକାଂଶ ସାଧାରଣ ନାଗରିକ ଥିଲେ।