ଆଇପିଏସ ଜଗମୋହନ ମୀନା ଭୁବନେଶ୍ୱର ଡିସିପି

ଆଇପିଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର, ୦୧/୦୩: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଡିସିପି ଥିବା ପିନାକ ମିଶ୍ରଙ୍କୁ ବଦଳି କରାଯାଇ ସ୍ପେଶାଲ ଟାସ୍କ ଫୋର୍ସ (ଡିଆଇଜି ଏସ୍ଟିଏଫ୍)ର ଡେପୁଟି ଇନ୍ସପେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ଆଇପିଏସ୍ ଜଗମୋହନ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆଇପିଏସ୍ ନରସିଂହ ଭୋଳଙ୍କୁ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। କଟକ ଡିସିପି ଭାବେ ବଲାଙ୍ଗିର ଏସ୍‌ପି ଖିଲାରୀ ରିଷିକେଷଙ୍କୁ ନିଯୁକ୍ତି ମିଳିଛି। ଆଇପିଏସ୍ ଅଙ୍କିତ କୁମାର ବର୍ମା ଓ ଆଇପିଏସ୍ ଅମୃତ ଲାଲ କୌରଙ୍କୁ ଭୁବନେଶ୍ବରର ଅତିରିକ୍ତ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି।

ଏସ୍. ଏମ୍ ନରୱଣେ ହୋଇଛନ୍ତି ଓଏଚଆରଏସ ସ୍ପେଶାଲ ଡିଜି, ଦୀପ୍ତେଶ କୁମାର ପଟ୍ଟନାୟକ- ଡିଜି ପ୍ରିଣ୍ଟିଂ, ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ, ଯତିନ୍ଦ୍ର କୋୟଲ- ଏଡିଜି, ଏଚ୍ଆରପିସି, ଏସ୍ ପ୍ରବୀଣ କୁମାର- ଆଇଜିପି କେନ୍ଦ୍ରାଞ୍ଚଳ, ଦୀପକ କୁମର- ଆଇଜିପି ଅପରେସନ୍, ଜୟ ନାରାୟଣ ପଙ୍କଜ- ଆଇଜିପି ଗୁଇନ୍ଦା, ସାର୍ଥକ ଷଡ଼ଙ୍ଗୀ- ଆଇଜିପି କ୍ରାଇମବ୍ରାଞ୍ଚ, ନିତି ଶେଖର- ଆଇଜିପି ଦକ୍ଷିଣାଞ୍ଚଳ, ଉମାଶଙ୍କର ଦାଶ- ଡିଆଇଜି ହୋମ ଗାର୍ଡ ଏବଂ ଅଗ୍ନିସେବା, ଅଖିଳେଶ୍ଵର ସିଂ- ଡିଆଇଜି ଦକ୍ଷିଣ-ପଶ୍ଚିମାଞ୍ଚଳ, ଚରଣ ସିଂ ମୀନା- ଡିଆଇଜି ପ୍ରୋଭିଜନିଂ, ଯୁଗଳ କିଶୋର କୁମାର ବନୋଥ- ଡିଆଇଜି ପର୍ସେନାଲ, ବାତ୍ତୁଳା ଗଙ୍ଗାଧର- ଡିଆଇଜି କ୍ରାଇମବ୍ରାଞ୍ଚ, ବିବେକାନନ୍ଦ ଶର୍ମା- ଏସ୍‌ପି କଟକ ରେଲୱେ ଭାବେ ନିଯୁକ୍ତି ଦିଆଯାଇଛି।