ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ
କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ
ଭୁବନେଶ୍ୱର, ୦୧/୦୩: ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମେ ଉଦଳାର ପାଟପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଉଦଳା କଲେଜରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ଉଦଳାରୁ ବାହାରି ଖିଚିଂ ଯିବେ। ଖିଚିଂର କିଚକେଶ୍ୱରୀ ମନ୍ଦିରରେ କିଛି ସମୟ ପୂଜାର୍ଚ୍ଚନା କରିବା ସହ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ। ଏହା ପରେ ଖିଚିଂ ମହୋତ୍ସବରେ ଜନ ସମାବେଶରେ ଯୋଗ ଦେବେ। ଯଶୀପୁର ସ୍ଥିତ ରାମତୀର୍ଥ ଠାରେ ରାତ୍ରିଯାପନ କରିବେ।
ସେହିପରି ଆସନ୍ତା କାଲି ଦୁଦୁରାଠାରେ ଶିମିଳିପାଳ ମହୋତ୍ସବ ପାଇଁ ମାରାଥନର ଶୁଭାରମ୍ଭ କରିବା ସହ ମିନି ମାରାଥନରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବା ପରେ ଦୁଦୁରା ସ୍ପୋର୍ଟସ କମିଟି ଦ୍ୱାରା ୫୯ତମ କ୍ରୀଡା ଉତ୍ସବ ଓ ଶିମିଳିପାଳ ମହୋତ୍ସବ ପାଳନ କରାଯିବ। ଏହା ପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଅଭିମୁଖେ ଯାତ୍ରା କରିବେ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୟୁରଭଞ୍ଜରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।