ଦଶମ ବୋର୍ଡ ପରୀକ୍ଷା ବିଜ୍ଞାନ ପ୍ରଶ୍ନପତ୍ରରେ ବିଭ୍ରାଟ

ତ୍ରୁଟି ମାନିଲା ବୋର୍ଡ

କଟକ, ୦୧/୦୩: ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଛି। ବିଜ୍ଞାନ ସେଟ୍ ସି ପ୍ରଶ୍ନପତ୍ରରେ ମୋଟ ମାର୍କଠାରୁ ୪ ମାର୍କ କମ୍ ଦିଆଯାଇଥିବା ଦେଖିବାକୁ ମିଳିଛି। ସବଜେକଟିଭ୍ ପ୍ରଶ୍ନପତ୍ରରେ ମୋଟ ୫୦ ମାର୍କ ପୂର୍ଣ୍ଣ ସଂଖ୍ୟା ଥିବା ବେଳେ ୪୬ ମାର୍କର ପ୍ରଶ୍ନ ଥିଲା। ଏ ନେଇ ବୋର୍ଡ କର୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ମୂଲ୍ୟାୟନ ବେଳେ ବୋର୍ଡ କମିଟି ଏହା ଉପରେ ନଜର ଦେବ ଏବଂ ପିଲାଙ୍କ ଖାତା ମୂଲ୍ୟାୟନ ବେଳେ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବୋର୍ଡ କହିଛି।

ବିଏସଇ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ଯଦିଓ ପ୍ରଶ୍ନଟି ନଥିଲା, ତଥାପି ଏହା ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ। ଉତ୍ତରଖାତା ମୂଲ୍ୟାୟନ ସମୟରେ ଆମେ ଏହି ପ୍ରସଙ୍ଗକୁ ବିଚାରକୁ ନେବୁ।