ଛତିଶଗଡ଼, ୦୧/୦୩: ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସୁକମା ଆରକ୍ଷୀ ଅଧୀକ୍ଷକ କିରଣ ଚୌହାନଙ୍କ କହିବା ନୁସାରେ, ନକ୍ସଲ ବିରୋଧୀ ଅଭିଯାନ ସମୟରେ କିସ୍ତାରାମ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ସକାଳେ ଗୁଳି ବିନିମୟ ହୋଇଥିଲା।
ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଶୁକ୍ରବାର ଆରମ୍ଭ ହୋଇଥିବା ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କୋବ୍ରା (କମାଣ୍ଡୋ ବାଟାଲିୟନ ଫର ରିଜୋଲ୍ୟୁଟ୍ ଆକ୍ସନ) ର ଯବାନମାନେ ସାମିଲ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳରୁ ସୁରକ୍ଷା ବାହିନୀ ୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛି।
ଏହି ସଦ୍ୟତମ ଏନକାଉଣ୍ଟରକୁ ମିଶାଇ ଚଳିତ ବର୍ଷ ଛତିଶଗଡରେ ୮୩ ନକ୍ସଲଙ୍କୁ ନିପାତ କରାଗଲାଣି।