ସୁଭଦ୍ରା ଆବେଦନ ପାଇଁ ଡେଡ୍ ଲାଇନ
ଏଇ ତାରିଖ ଭିତରେ ଆବେଦନ କଲେ ମିଳିବ ୩ଟି କିସ୍ତିର ଟଙ୍କା
ମାର୍ଚ୍ଚ ୬ରେ ମିଳିବ ପଞ୍ଚମ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ୱର, ୦୨/୦୩: ରାଜ୍ୟ ସରକାର ‘ସୁଭଦ୍ରା’ ଆବେଦନ ପାଇଁ ମାର୍ଚ୍ଚ ୩୧ ତାରିଖ ଯାଏଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚୂଡ଼ାନ୍ତ ତାରିଖ ଘୋଷଣା କରିଛନ୍ତି। ଏହି ତାରିଖ ସୁଦ୍ଧା ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏକାସାଙ୍ଗରେ ତିନୋଟି କିସ୍ତିର ଆର୍ଥିକ ଲାଭ ମିଳିବ।
ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ସୁଭଦ୍ରା ଯୋଜନା ୮ ମାସ ମଧ୍ୟରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚି ଏକ ମାଇଲଖୁଣ୍ଟ ହାସଲ କରିଛି। ଆସନ୍ତା ୮ ତାରିଖରେ ହିତାଧିକାରୀମାନେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଟଙ୍କା ପାଇବେ। ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିବେ, ସେହି ହିତାଧିକାରୀମାନଙ୍କୁ ଗୋଟିଏ ଥରରେ ତିନୋଟି କିସ୍ତିରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଘୋଷଣା କରିଛନ୍ତି। ମାର୍ଚ୍ଚ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଅର୍ଥ ପ୍ରଦାନ କରାଯିବ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ତାରିଖରେ ଦ୍ବିତୀୟ କିସ୍ତି ଅର୍ଥ ବଣ୍ଟନ କରାଯିବ।