ଆଜିର ତାରିଖ ୨୦୨୫ ମାର୍ଚ୍ଚ ୨
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଆନନ୍ଦଜୀ ବିର୍ଜି ଶାହା – ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ। କୋରା କାଗଜ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ୧୯୭୫ ରେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
୨. ବିଦ୍ୟାସାଗର – ଜଣେ ଭାରତୀୟ ସଙ୍ଗୀତକାର, ସଙ୍ଗୀତଜ୍ଞ ଓ ଗାୟକ। ସେ ମାଲାୟାଲମ, ତେଲୁଗୁ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ତାଙ୍କୁ ‘ମେଲୋଡି କିଙ୍ଗ୍’ ନାମରେ ନାମିତ କରାଯାଇଛି। ସେ ୨୨୦ରୁ ଅଧିକ ଫିଲ୍ମରେ କାମ କରିଥିଲେ। ସେ ଜାତୀୟ ପୁରସ୍କାର ଏବଂ ପାଞ୍ଚଟି ଫିଲ୍ମଫେୟାର ପୁରସ୍କାର ଲାଭ କରିଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଚନ୍ଦ୍ର କୁମାର ଅଗ୍ରୱାଲ – ଆସାମର ଜଣେ ବିଶିଷ୍ଟ ଲେଖକ, କବି ଓ ସାମ୍ବାଦିକ। ଆସାମୀ ସାହିତ୍ୟରେ ଅଗ୍ରଓ୍ଵାଲାଙ୍କ ନାମ ଥିଲା ପ୍ରତିମାର ଖୋନିକୋର।
୨. ସରୋଜିନୀ ନାଇଡୁ (୧୩ ଫେବୃଆରୀ ୧୮୭୯ – ୨ ମାର୍ଚ୍ଚ ୧୯୪୯) ଜଣେ କବି, ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା । ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ । ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୂପେ ସରୋଜିନୀ ନାଇଡୁଙ୍କ ଅବଦାନ ଅତୁଳନୀୟ। ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହାତ୍ମା ଗାନ୍ଧୀ ତାଙ୍କୁ “ନାଇଟିଙ୍ଗେଲ ଅଫ୍ ଇଣ୍ଡିଆ” ବା “ଭାରତ କୋକିଳ” ଉପାଧିରେ ସମ୍ମାନିତ କରିଥିଲେ। ସମଗ୍ର ନାରୀ ଜାତି ପାଇଁ ତାଙ୍କୁ ଆଦର୍ଶର ପ୍ରତୀକ ବୋଲି ବିବେଚନା କରାଯାଏ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୪୯୮ – ପର୍ତ୍ତୁଗିଜର ଭାସ୍କୋଡାଗାମା ଏବଂ ତାଙ୍କର ଜାହାଜ ପ୍ରଥମ ଭାରତ ଯାତ୍ରାରେ ମୋଜାମ୍ବିକ୍ ଦ୍ୱୀପରେ ପହଞ୍ଚିଥିଲେ।
୧୭୯୬ – ନେପୋଲିୟନ ବୋନାପାର୍ଟ ଇଟାଲୀରେ ଫ୍ରାନ୍ସ ସେନାର କମାଣ୍ଡର-ଇନ୍-ଚିଫ୍ ଭାବରେ ନିଯୁକ୍ତ ହୋଇଥିଲେ।
୧୯୪୧ – ଆକ୍ସିସ ଚୁକ୍ତିରେ ସାମିଲ ହେବା ପରେ ପ୍ରଥମ ଜର୍ମାନ ସାମରିକ ୟୁନିଟ୍ ବୁଲଗେରିଆରେ ପ୍ରବେଶ କରିଥିଲା।
୧୯୫୨ – ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆମୋନିୟମ ସଲଫେଟ୍ ଉତ୍ପାଦନ ପାଇଁ ସିନ୍ଦ୍ରି କାରଖାନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହା ସରକାରୀ ମାଲିକାନାରେ ଥିବା ପ୍ରଥମ କମ୍ପାନୀ ଥିଲା।
୧୯୫୬ – ମରୋକ୍କୋ ଫ୍ରାନ୍ସଠାରୁ ସ୍ୱାଧୀନତା ଲାଭ କରିଥିଲା।
୧୯୯୫ – ସର୍ଚ୍ଚ ଇଞ୍ଜିନ୍ ୟାହୁ ଆରମ୍ଭ ହୋଇଥିଲା।
୨୦୦୯ – ଗିନି-ବିସାଉ ର ରାଷ୍ଟ୍ରପତି ଜୋଆଓ ବର୍ନାର୍ଡୋ ଭିଏରାଙ୍କୁ ସରକାରୀ ସୈନିକମାନେ ହତ୍ୟା କରିଥିଲେ, ଯାହାଫଳରେ ସେନା ଓ ଭିଏରାଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଅଶାନ୍ତି ଲାଗି ରହିଥିଲା।