କଟକ, ୦୨/୦୩: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରିବା ହେଲା କାଳ। କଟକର ୪୮ ଅଫିସରଙ୍କ ଦରମା ବନ୍ଦ କଲେ ରାଜ୍ୟ ସରକାର। ଫେବୃଆରୀ ମାସର ଦରମା ବନ୍ଦ ପାଇଁ ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କଟକର ଅତିରିକ୍ତ ଜିଲ୍ଲାପାଳ। ଏହି ତାଲିକାରେ ୧୦ ଜଣ ବିଡିଓ ଓ ସିଡିଏମଓଙ୍କ ନାଁ ରହିଛି। ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ କରାଯାଇଛି। କଟକର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ପ୍ରାୟ ୧୫ଟି ବିଭାଗ ନିଜର କମ୍ପ୍ଲାଏ ରିପୋର୍ଟ ଦାଖଲ କରିଛନ୍ତି। ଏହା ପରେ ସେମାନଙ୍କ ଦରମା ପ୍ରଦାନ କରାଯାଇଛି। ଏବଂ ଅନ୍ୟ ବିଭାଗର କମ୍ପ୍ଲାଏ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ଦରମା ଦିଆଯିବ ନାହିଁ ବୋଲି କହିଛନ୍ତି।
Prev Post
Next Post