ଅସହ୍ୟ ହେଲାଣି ତାତି

ଦିନେ ଦୁଇ ଦିନ ଭିତରେ ଆସିବ ଗାଇଡଲାଇନ

ଭୁବନେଶ୍ୱର, ୦୩/୦୩: ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି। ଘରୁ ବାହାରିବା ମୁସ୍କିଲ। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ଦିନେ ଦୁଇ ଦିନ ଭିତରେ ସ୍ୱତନ୍ତ୍ର ଗାଇଡଲାଇନ ଆଣିବେ ରାଜ୍ୟ ସରକାର। ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ଗଣ ଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହ ରାଜସ୍ୱ ବିଭାଗ ଆଲୋଚନା କରିଛି‌। ସ୍କୁଲ ଓ କଲେଜ କିପରି ସକାଳୁଆ ହେବ, ସେ ନେଇ ଦିନେ ଦୁଇ ଦିନ ଭିତରେ ସ୍ୱତନ୍ତ୍ର ଗାଇଡଲାଇନ ଆସିବ। ଏହି ଗାଇଡଲାଇନ ମାନିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।