ଏପ୍ରିଲରୁ ପାର୍ଟ ପ୍ଲଟ ପଞ୍ଜୀକରଣ

ରାଜସ୍ୱ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ

ଆସିବ ନୂଆ ଗାଇଡଲାଇନ

ଭୁବନେଶ୍ୱର, ୦୩/୦୩: ରାଜ୍ୟରେ ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ରାଜସ୍ୱ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ବିଚାରବିମର୍ଶ କରି ଏପ୍ରିଲ ମାସରୁ ପାର୍ଟ ପ୍ଲଟ ପଞ୍ଜୀକରଣ କାର୍ଯ୍ୟକାରୀ ହେବ। ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ପାର୍ଟ ପ୍ଲଟ ବିକ୍ରି ଓ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ଜନିତ ସମସ୍ୟା ନେଇ ରାଜସ୍ୱ ବିଭାଗ ପଦକ୍ଷେପ ନେଇଛି। ଏଥିରେ ନୂଆ ଗାଇଡଲାଇନ ଆସିବ। ଯେଉଁଥିରେ ପାର୍ଟ ପ୍ଲଟ ବିକ୍ରି ହେବା ସହ ପ୍ଲଟ କିଣୁଥିବା ଲୋକଙ୍କ ପାଇଁ ଅନେକ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବ। ଯେଉଁମାନେ ଆପାର୍ଟମେଣ୍ଟ ତିଆରି କରିଛନ୍ତି କିମ୍ବା କିଣିଛନ୍ତି ସେମାନେ ସମ୍ମୁଖୀନ ହେଉଥିବା ଆଇନଗତ ସମସ୍ୟାରୁ ରେଜିଷ୍ଟ୍ରେସନ ହୋଇପାରୁନାହିଁ। ସେମାନଙ୍କ ପାଇଁ ମଧ୍ୟ ସୁବିଧା ହେବ। ପୁନଃ ନୂଆ ଆଇନ ଆସିବ। ରେଖା ଆଇନ ସଂଶୋଧନ ହେବ। କିନ୍ତୁ ରେରା ଆଇନ ଆସିବା ପୂର୍ବରୁ ଯେଉଁମାନେ ଆପାର୍ଟମେଣ୍ଟ କିଣିଥିବେ, ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ ନାହିଁ।