ଦେବଗଡ଼, ୦୬/୦୪: ନରରୂପୀ ରାକ୍ଷାସ ନଜରରେ ଶିଶୁକନ୍ୟା। ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ। ମୋବାଇଲ ଦେଖାଇବା ବାହାନାରେ ଜଣେ ୧୭ ବର୍ଷୀୟ ନାବାଳକ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଶିଶୁକନ୍ୟାର ମାଆ।
ଅଭିଯୋଗ ମୁତାବକ, ଗତ ଶନିବାର ସକାଳେ ଶିଶୁକନ୍ୟା ଜଣକ ଘର ବାହାରେ ଖେଳୁଥିବା ବେଳେ ମୋବାଇଲରେ ଭିଡିଓ ଦେଖାଇବା ପାଇଁ ଡାକିଥିଲା ନାବାଳକ ଅଭିଯୁକ୍ତ। ମୋବାଇଲ ଦେଖାଇବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ଶିଶୁକନ୍ୟାକୁ ନେଇ ଦୁଷ୍କର୍ମ କରିଥିଲା ନାବାଳକ ଅଭିଯୁକ୍ତ। ପରେ ଛୋଟ ଝିଅଟି ଚିତ୍କାର କରିବାରୁ ସେ ତାକୁ ଛାଡି ଚାଲି ଯାଇଥିଲା। ପରେ ଛୋଟ ଝିଅଟି ଘଟଣା ସମ୍ପର୍କରେ ତାଙ୍କ ମା’ଙ୍କୁ ଜଣାଇବା ପରେ ଶନିବାର ରାତିରେ ତାଙ୍କ ମା’ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।