ଜିଲ୍ଲା କାର୍ଯ୍ୟାଳୟରେ ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ପାଳିତ
ମହାପୁରୁଷଙ୍କ ଦୃଢ଼ ନିଷ୍ଠା ଯୋଗୁଁ ବିଶ୍ୱର ସର୍ବବୃହତ ଦଳରେ ପରିଣତ ହୋଇଛି ବିଜେପି
ନବରଙ୍ଗପୁର, ୦୬/୦୪: ନବରଙ୍ଗପୁର ମାଝୀଗୁଡା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ସମ୍ମାନିତ ଅତିଥି ରୂପେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ପୂର୍ବତନ ସଭାପତି ଝାଡ଼େଶ୍ୱର ଖାଡ଼ଙ୍ଗା, ବରିଷ୍ଠ ନେତା ମୃତ୍ୟୁଞ୍ଜୟ ଦାଶ, ଜିଲ୍ଲା ସମ୍ପାଦକ ଦେବଦାସ ମହାଙ୍କୁଡ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ବର ସର୍ବ ବୃହତ୍ତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଦଳର ପ୍ରତ୍ୟେକଟି ସଦସ୍ୟଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ଏବଂ ନେତୃବୃନ୍ଦଙ୍କ ସମର୍ପିତ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ସାରା ଦେଶ ଓ ବିଶ୍ୱରେ ଏକ ସର୍ବ ବୃହତ ରାଜନୈତିକ ଦଳରେ ପରିଣତ ହେବା ସହ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ କହିଥିଲେ। ଦଳ ପାଇଁ ଅତୁଳନୀୟ ଅବଦାନ ରଖିଥିବା ସମସ୍ତ କାର୍ଯ୍ୟକର୍ତ୍ତା ତଥା ମହାପୁରୁଷମାନଙ୍କ ଦୃଢ଼ ନିଷ୍ଠା, ତ୍ୟାଗକୁ ସ୍ମରଣ କରି କାମ କରିବା ସହ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବାକୁ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉପସ୍ଥିତ ଅତିଥି ଗଣ ଆହ୍ୱାନ ଦେବା ସହ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଏ. ସତୀଶ, ମମତା ମହାରଣା, ସମରେଶ ଖରା, ପୂର୍ବତନ ନଗର ସଭାପତି ଶ୍ରୀଧର ପାତ୍ର, ସରୋଜ ବେହେରା, ଦୈତାରୀ ମାଝୀ, ସୁକାନ୍ତି ବେହେରା, ଜ୍ୟୋତି ବେନିୟା, ବିନୁ ସୁନା, ଭିକି ଜେନା, ପ୍ରଶାନ୍ତ ପଟ୍ଟନାୟକ, ସୁକାନ୍ତି ବେହେରା, କିଶୋରୀ ପଟ୍ଟନାୟକ, ଶ୍ରୀକାନ୍ତ ପଣ୍ଡା ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଭାନେତ୍ରୀ ଶର୍ମିଷ୍ଠା ଦେଓ ଧନ୍ୟବାଦ ପ୍ରଦାନ କରିଥିଲେ।