ଭୁବନେଶ୍ୱର, ୧୯/୦୪: ନବମ ଥର ବିଜେଡ଼ିର କମାଣ୍ଡୋ ହେଲେ ନବୀନ ପଟ୍ଟନାୟକ। ବିଜେଡ଼ିର ସାଂଗଠନିକ ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ନବୀନ। ସର୍ବସମ୍ମତିକ୍ରମେ ବିଧିବଦ୍ଧ ଭାବେ ନବୀନଙ୍କ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଏହି ଅବସରରେ ଶଙ୍ଖ ଭବନରେ ପହଞ୍ଚିବା ପରେ ନବୀନଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ କର୍ମୀ। ଏବଂ ଶଙ୍ଖ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ନେତା ଓ କର୍ମୀ। ଏକମାତ୍ର ପ୍ରାର୍ଥୀ ଭାବେ ଗତ ୧୭ ତାରିଖରେ ନାମାଙ୍କନପତ୍ର ଦାଖଲ କରିଥିଲେ ନବୀନ।