ଆଜି ବିଶ୍ୱ ଯକୃତ ଦିବସ: ୨୦୨୫ ଥିମ୍ “ଖାଦ୍ୟ ହିଁ ଔଷଧ”

ଅଧିକ ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୧୯ ଏପ୍ରିଲ୍ ୨୦୨୫

ବିଶ୍ୱ ଯକୃତ ଦିବସ – ଏପ୍ରିଲ ୧୯ ରେ ବିଶ୍ୱ ଯକୃତ ଦିବସ ପାଳନ କରାଯାଏ। ଯକୃତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଏ। ମୁଖ୍ୟତଃ ଅତ୍ୟଧିକ ମଦ୍ୟପାନ କରୁଥିବା ଏବଂ ମେଦବହୁଳତା ଥିବା ଲୋକଙ୍କ ମଧ୍ୟରେ ଯକୃତ ରୋଗ ଦେଖା ଦେଇଥାଏ। ଯଦିଓ ଆଜିକାଲି ଅନିୟମିତତା ଜୀବନଶୈଳୀରେ ମଧ୍ୟ ଯକୃତ ରୋଗ ପରିଲକ୍ଷିତ ହେଉଛି। ୨୦୨୫ର ଥିମ୍ ହେଉଛି “ଖାଦ୍ୟ ହିଁ ଔଷଧ”। ଏହାର ଅର୍ଥ ଯକୃତର ଉତ୍ତମ ଯତ୍ନ ନେବା ଏବଂ ଯକୃତ ରୋଗକୁ ରୋକିବାରେ ଉତ୍ତମ ଖାଦ୍ୟ ପୋଷଣର ଭୂମିକା ଉପରେ ଗୁରୁତ୍ୱରୋପ କରେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ମହାତ୍ମା ହଂସରାଜ (୧୯ ଏପ୍ରିଲ ୧୮୬୪ – ୧୫ ନଭେମ୍ବର ୧୯୩୮), ପଞ୍ଜାବର ଜଣେ ପ୍ରସିଦ୍ଧ ଆର୍ଯ୍ୟ ସମାଜ ନେତା, ସମାଜ ସଂସ୍କାରକ ଏବଂ ଶିକ୍ଷାବିତ୍। ସେ ଜାତିବାଦର ଦୃଢ଼ ବିରୋଧୀ ଥିଲେ।

୨. ଅର୍ଶଦ ୱାର୍ସି, ଜଣେ ଭାରତୀୟ ଅଭିନେତା, ପ୍ରଯୋଜକ, ନୃତ୍ୟଶିଳ୍ପୀ, ଟେଲିଭିଜନ ବ୍ୟକ୍ତିତ୍ୱ, କୋରିଓଗ୍ରାଫର ଏବଂ ପ୍ଲେବ୍ୟାକ ଗାୟକ‌। ସେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ସେ ଫିଲ୍ମଫେୟାର ପୁରସ୍କାର ସମେତ ଅନେକ ପୁରସ୍କାର ଲାଭ କରିଛନ୍ତି।

୩. ଅଞ୍ଜୁ ବବି ଜର୍ଜ, ଭାରତର ଜଣେ ପ୍ରସିଦ୍ଧ ଆଥଲେଟ୍। ସେପ୍ଟେମ୍ବର ୨୦୦୩ରେ ପ୍ୟାରିସରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଜମ୍ପରେ ବ୍ରୋଞ୍ଜ ପଦକ ଜିତି ଭାରତକୁ ପ୍ରଥମ ଥର ପାଇଁ ବିଶ୍ୱସ୍ତରୀୟ ପୁରସ୍କାର ଜିତିଥିଲେ। ୨୦୦୩ ମସିହାରେ ୨୫ ବର୍ଷ ବୟସରେ ସେ ବିଶ୍ୱ ଆଥଲେଟିକ୍ସରେ ଭାରତର ପ୍ରଥମ ପଦକ ବିଜେତା ହୋଇଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଅନନ୍ତ ଲକ୍ଷ୍ମଣ କାହ୍ନେରେ (୧୮୯୧ – ୧୯ ଅପ୍ରେଲ ୧୯୧୦), ଭାରତର ଅନ୍ୟତମ ଯୁବ ବିପ୍ଳବୀ। ୧୯୦୯ ମସିହାରେ ବ୍ରିଟିଶ ସରକାରଙ୍କ ବିରୋଧରେ ଏକ ଆର୍ଟିକିଲ ଲେଖିବା ଅଭିଯୋଗରେ ଗଣେଶ ସାବରକରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ବ୍ରିଟିଶ ସରକାରଙ୍କ ଏହି ନିଷ୍ପତି ବିପ୍ଳବୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ଅନନ୍ତ ଲକ୍ଷ୍ମଣ କାହ୍ନେରେ ପ୍ରତିଶୋଧର ଭାବନାରେ ଅନୁପ୍ରାଣିତ ହୋଇ ୧୯୦୯ ମସିହା ଡିସେମ୍ବର ୨୧ ତାରିଖରେ ନାସିକର ଜିଲ୍ଲା ଅଧିକାରୀ ଜ୍ୟାକସନଙ୍କୁ ଗୁଳି କରିଥିଲେ। ପରେ ମାତ୍ର ୧୯ ବର୍ଷ ବୟସରେ ୧୯ ଏପ୍ରିଲ୍ ୧୯୧୦ରେ କାହ୍ନେରେଙ୍କୁ ଫାଶୀ ଦିଆଯାଇଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୪୫୧ – ବହଲୋଲ ଲୋଦି ଏହି ଦିନ ଦିଲ୍ଲୀ ଦଖଲ କରିଥିଲେ।

୧୭୭୫ – ଆମେରିକୀୟ ବିପ୍ଳବ ଆରମ୍ଭ ହୋଇଥିଲା।

୧୮୫୨ – ଏହି ଦିନ କାଲିଫର୍ଣ୍ଣିଆ ହିଷ୍ଟ୍ରିକାଲ ସୋସାଇଟି ଗଠନ କରାଯାଇଥିଲା।

୧୯୩୬ – ଏହି ଦିନ ପାଲେଷ୍ଟାଇନରେ ସେମେଟିକ୍ ବିରୋଧୀ ଦଙ୍ଗା ଆରମ୍ଭ ହୋଇଥିଲା।

୧୯ ଅପ୍ରେଲ ୧୯୫୦ – ଶ୍ୟାମା ପ୍ରସାଦ ମୁଖାର୍ଜୀ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

୧୯୭୨ – ବାଂଲାଦେଶ ରାଜ୍ୟଗୋଷ୍ଠୀର ସଦସ୍ୟ ହୋଇଥିଲା।

୧୯୭୫ – ତତ୍କାଳୀନ ସୋଭିଏତ ରୁଷିଆ ସହାୟତାରେ ପ୍ରଥମ ଭାରତୀୟ ଉପଗ୍ରହ ଆର୍ଯ୍ୟଭଟ୍ଟ ଉତକ୍ଷେପଣ କରାଯାଇଥିଲା।

୨୦୦୩ – ଚୀନର ମହିଳା ଲିଫ୍ଟର ବ୍ୟାଙ୍ଗ ମିଙ୍ଗ ଚିଆନ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।

୨୦୦୬ – ପ୍ରଥମ ମହାକାଶଚାରୀ ନୀଲ ଆର୍ମଷ୍ଟ୍ରଙ୍ଗଙ୍କୁ ସେ ଆଣିଥିବା ଚନ୍ଦ୍ର ଖଣ୍ଡ ଉପହାର ଦିଆଯାଇଥିଲା।

୨୦୧୧ – କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋ ୪୫ ବର୍ଷ ଧରି କ୍ୟୁବା କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିରେ ରହିବା ପରେ ଇସ୍ତଫା ଦେଇଥିଲେ।