ଭୁବନେଶ୍ୱର, ୦୮/୦୫: ‘ଅପରେସନ ସିନ୍ଦୁର’ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ୨ଟି ବିମାନ ଉଡ଼ାଣ ବାତିଲ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ହିଣ୍ଡନ ଗାଜିଆବାଦକୁ ଏବଂ ଭୁବନେଶ୍ୱରରୁ ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନକୁ ମଧ୍ୟ ବାତିଲ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି ଯେ ପଶ୍ଚିମ ଅଞ୍ଚଳକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ବାତିଲ କରାଯାଇଛି। ଗୁରୁବାର ବିମାନ ବନ୍ଦରରେ ବିମାନ ବାତିଲ କୁ ନେଇ କିଛି ଯାତ୍ରୀ ସାମାନ୍ୟ ହଙ୍ଗାମା କରିଥିଲେ।