ଭୁବନେଶ୍ୱର, ୩୦/୦୫: ୧୫ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫି ଜୋନ ସ୍ତରୀୟ ଚାମ୍ପିୟନଶିପ୍ ଟୁର୍ଣ୍ଣାମେଣ୍ଟ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ଶେଷ ହେବ। ଏହି ମ୍ୟାଚର ତୃତୀୟ ଦିନରେ ଆଜି ଭୁବନେଶ୍ୱର ଜୋନରେ କନ୍ଧମାଳ ଓ ଭୁବନେଶ୍ୱର ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଟିମ କନ୍ଧମାଳକୁ ୯-୦ ଗୋଲରେ ପରାସ୍ତ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ଭୁବନେଶ୍ୱର ଟିମର ପ୍ରସନ୍ନଜିତ ବଡ଼।
ଏହି ଜୋନରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା ଟିମ ଜଗତସିଂହପୁରକୁ ୬-୦ ଗୋଲରେ ପରାସ୍ତ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି କେନ୍ଦ୍ରାପଡ଼ା ଟିମର ରାହୁଲ ସେଠୀ।
ସେହିପରି ସମ୍ବଲପୁର ଜୋନରେ ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର ଟିମ ଝାରସୁଗୁଡ଼ାକୁ ୨-୧ ଗୋଲରେ ପରାସ୍ତ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ସମ୍ବଲପୁର ଟିମର ସୁମିତ ମୁଣ୍ଡା। ଏହି ଜୋନରେ ବଲାଙ୍ଗୀର ଓ ନୂଆପଡ଼ା ଟିମ୍ ମଧ୍ୟରେ ଖେଳକୁ ପ୍ରବଳ ବର୍ଷା ହେବା କାରଣରୁ ଅଧାରୁ ଡ୍ର ରଖାଯାଇଛି।
କେନ୍ଦୁଝର ଜୋନରେ ଯାଜପୁର ଓ କେନ୍ଦୁଝର ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟରେ ଯାଜପୁର ଟିମ କେନ୍ଦୁଝରକୁ ୩-୨ ଗୋଲରେ ପରାସ୍ତ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ଯାଜପୁର ଟିମର ରଶିକ ପିଙ୍ଗୁଆ। ଏହି ଜୋନରେ ଢେଙ୍କାନାଳ ଓ ଭଦ୍ରକ ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟରେ ଉଭୟ ଟିମ ୧-୧ ଗୋଲ କରିଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ଢେଙ୍କାନାଳ ଟିମର ସାହିଦ ଖାନ।
ବ୍ରହ୍ମପୁର ଜୋନରେ ମାଲକାନଗିରି ଓ ଗଜପତି ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟରେ ମାଲକାନଗିରି ଟିମ ଗଜପତିକୁ ୧୮-୦ ଗୋଲରେ ପରାସ୍ତ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ମାଲକାନଗିରି ଟିମର ଇନ୍ଦ୍ରଜିତ ମଣ୍ଡଳ। ଏହି ଜୋନରେ ରାୟଗଡ଼ା ଓ କଳାହାଣ୍ଡି ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟରେ କଳାହାଣ୍ଡି ଟିମ ରାୟଗଡ଼ାକୁ ୧୦-୦ ଗୋଲରେ ପରାସ୍ତ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି କଳାହାଣ୍ଡି ଟିମର ମଣ୍ଟୁ ମାଝୀ।