ଅବପାତର ରୂପ ନେଲା ଘୂର୍ଣ୍ଣିବଳୟ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଅବପାତର ରୂପ ନେଇଛି ଘୂର୍ଣ୍ଣିବଳୟ । ଘଣ୍ଟାପ୍ରତି ବେଗ ରହିଛି ୨୫ କିଲୋମିଟର ।  ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ରହିଛି ଅବପାତର ଗତିପଥ । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଢ଼େଙ୍କାନାଳ,  ନୂଆପଡ଼ା, ବଲାଙ୍ଗୀର, ବରଗଡ଼,କେନ୍ଦୁଝର, ଭଦ୍ରକ. ଯାଜପୁର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିଭଳି ଆଜି ଢ଼େଙ୍କାନାଳରେ ସର୍ବାଧିକ ୧୫୪ ମିଲି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ଟି ସ୍ଥାନରେ ଅତିପ୍ରବଳ ବର୍ଷା ରହିଛି । ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଥିବା ବେଳେ ୧୬ରୁ ୨୨ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।