ନବୀନଙ୍କ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଲେ ଡ଼ଃ ରମାକାନ୍ତ ପଣ୍ଡା

ଅବଜରଭେସନରେ ରହିବେ ୨ ଦିନ

ମୁମ୍ବାଇ, ୨୨/୦୬: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଛି।

ଅସ୍ତ୍ରୋପଚାର ପରେ ଡାକ୍ତର ପଣ୍ଡାଙ୍କ ଅନୁଯାୟୀ, ନବୀନ ବର୍ତ୍ତମାନ ରିକୋଭରି ରୁମରେ ଅଛନ୍ତି। ୨ ଦିନ ଅବଜରଭେସନରେ ରହିବେ ଏବଂ ତାଙ୍କୁ ୪ରୁ ୫ ଦିନ ପରେ ଡିସଚାର୍ଜ କରାଯିବ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି। ଚାରି ଘଣ୍ଟା ଧରି ହୋଇଥିବା ଅପରେସନରେ ଦୁଇ ଘଣ୍ଟା ମେଜର ଅପରେସନ କରାଯାଇଥିଲା। ଅଭିଜ୍ଞ ସ୍ପାଇନ ସର୍ଜନଙ୍କ ଏକ ଟିମ୍ ଦ୍ୱାରା ଅସ୍ତ୍ରୋପଚାର କରାଯାଇଥିଲା। ଚିକିତ୍ସା ସମୟରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ।