ଡଃ ତିରୁପତି ପାଣିଗ୍ରାହୀଙ୍କୁ ଟାଇମ୍ସ ହେଲ୍‌ଥ ଆଇକନ୍ ସମ୍ମାନ

‘ସମନ୍ୱିତ ଡାକ୍ତରୀ ଶିକ୍ଷା ଏବଂ ବ୍ୟାପକ ରୋଗୀ ଯତ୍ନ କ୍ଷେତ୍ରରେ ଉତ୍କର୍ଷତା’ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, ୨୪/୦୬: ପୂର୍ବ ଭାରତର ପ୍ରଥମ ଘରୋଇ ହସ୍ପିଟାଲ ତଥା ଓଡିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଟାଇମସ୍ ହେଲ୍‌ଥ୍ ଆଇକନ୍‌ର ‘ପୂର୍ବ ଭାରତରେ ଡାକ୍ତରୀ ପ୍ରଗତି ଏବଂ ସାମାଜିକ ଉନ୍ନତିର ପ୍ରତୀକ ସମ୍ମାନରେ ବଲିଉଡ୍‌ର ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଟାଇମସ୍ ହେଲ୍‌ଥ୍ ଆଇକନ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଯୋଗ ଦେଇ ଶିକ୍ଷା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଛି ଏବଂ ଡାକ୍ତରମାନେ ସମାଜର ପ୍ରକୃତ ହିରୋ ବୋଲି କହିଛନ୍ତି ।

ଏହା ସହିତ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ ମୁଖ୍ୟ ଭୂମିକା ନେଇଥିବାରୁ ଏହି କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପ୍‌କୁ ‘ସମନ୍ୱିତ ଡାକ୍ତରୀ ଶିକ୍ଷା ଏବଂ ବ୍ୟାପକ ରୋଗୀ ଯତ୍ନ କ୍ଷେତ୍ରରେ ଉତ୍କର୍ଷତା’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ହାଇଟେକ୍ ଗ୍ରୁପ୍‌ର ଉପ-ନିର୍ଦ୍ଦେଶକ ଅନିଲ୍ କୁମାର ପାଣିଗ୍ରାହୀ, ହାଇଟେକ୍ ହସ୍ପିଟାଲ୍ ର ଜେନେରାଲ୍ ମେଡିସିନ୍ ବିଭାଗର ପ୍ରଫେସର୍ ଡକ୍ଟର ସଂଜୟ କୁମାର ଜାଙ୍ଗୀଦ୍‌, ଡ. ଦୀପକ୍ କୁମାର ଦାଶ, ହୃଦ୍‌ରୋଗ ବିଭାଗୀୟ ମୁଖ୍ୟ ତଥା ନିର୍ଦ୍ଦେଶକ ଓ ଡିନ୍ ପ୍ରଫେସର୍ ଡ. ଅକ୍ଷୟ କୁମାର ସାମଲ, ସାଇକାଟ୍ରିକ୍ ବିଭାଗର ପ୍ରଫେସର୍ ଡ. ଅମ୍ରିତ ପଟ୍ଟଯୋଶୀଙ୍କ ସହ ସି.ଓ.ଓ ଜ୍ୟୋତିର୍ମୟ ପଣ୍ଡା, ବ୍ରାଣ୍ଡିଙ୍ଗ୍ ବିଭାଗୀୟ ମୁଖ୍ୟ ବିକ୍ରମ କୁମାର ସିଂ ଉପସ୍ଥିତ ରହି ଆୱାର୍ଡ ଗ୍ରହଣ କରିଛନ୍ତି ।