କ୍ରମାଗତ ୧୧ତମ ବର୍ଷ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା

ନବଯୌବନ ଦର୍ଶନ ଠାରୁ ଆଜି ପର୍ଯ୍ୟନ୍ତ ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ

ସୁନାବେଶ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ୨୦ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର, ୦୨/୦୭: ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ୍ ଲଗାତାର ୧୧ତମ ବର୍ଷ ପାଇଁ ପୁରୀରେ ରଥଯାତ୍ରାର ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛି । ଏହି ବର୍ଷ, ନବଜୌବନ ଦର୍ଶନ ଦିନଠାରୁ ଆଜି ପର୍ଯ୍ୟନ୍ତ ୧୦ ଲକ୍ଷରୁ ଲକ୍ଷରୁ ଅଧିକ ଦେୟମୁକ୍ତ ସତେଜ ରନ୍ଧା ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇ ସାରିଛି ।  ପବିତ୍ର ସୁନାବେଶ ପର୍ଯ୍ୟନ୍ତ  ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇବା ଲକ୍ଷ୍ୟ ରଖି ଏହି ସେବା ଜାରି ରହିଛି ।

ସର୍ବାଧିକ ସଂଖ୍ୟକ ଲୋକଙ୍କ ନିକଟରେ ସେବା ପହଞ୍ଚିବା ପାଇଁ ପୁରୀ ରେଳ ଷ୍ଟେସନ ନିକଟରେ ଏବଂ ଗୁଣ୍ଡିଚା ମନ୍ଦିର ନିକଟ ବସ୍ ଷ୍ଟାଣ୍ଡରେ ଦୁଇଟି ବିଶାଳ ଖାଦ୍ୟ ବଣ୍ଟନ ଷ୍ଟଲ ସ୍ଥାପନ କରାଯାଇଛି । ପାରମ୍ପରିକ ଓଡ଼ିଆ ଖାଦ୍ୟ ଭାତ, ଡାଲମା ଏବଂ ଖଟା ଭକ୍ତମାନଙ୍କୁ  ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନରେ ପରିଚ୍ଛନ୍ନତା ଏବଂ ନିରାପତ୍ତା ମାନଦଣ୍ଡ ପାଳନ ନିମନ୍ତେ ଫାଉଣ୍ଡେସନ୍ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି । ରାନ୍ଧିବା, ପରିବହନ ଏବଂ ବଣ୍ଟନକୁ  ଅତ୍ୟନ୍ତ ଯତ୍ନ ଏବଂ ନିଷ୍ଠାର ସହିତ ପରିଚାଳନା କରିବା ପାଇଁ ୧୫୦ ରୁ ଅଧିକ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀ ସଦସ୍ୟ ଦିନରାତି  କାମ କରୁଛନ୍ତି।

ବସ୍ ଷ୍ଟାଣ୍ଡରେ ଥିବା ଷ୍ଟଲକୁ ମାନ୍ୟବର ସାଂସଦ (ପୁରୀ) ଡକ୍ଟର ସମ୍ବିତ ପାତ୍ର ଉଦଘାଟନ କରିଥିଲେ। ଜିନ୍ଦଲ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରି ଡକ୍ଟର ପାତ୍ର କହିଥିଲେ, “ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବା ଜିନ୍ଦଲ ଫାଉଣ୍ଡେସନର ପଦକ୍ଷେପ ଭାରତୀୟ ସଂସ୍କୃତିର ଆତ୍ମାକୁ ପ୍ରତିଫଳିତ କରେ – ଯେଉଁଠାରେ ତୀର୍ଥଯାତ୍ରୀଙ୍କ ସେବାକୁ ଈଶ୍ୱରୀୟ ସେବା ଭାବରେ ବିବେଚନା କରାଯାଏ।