ବାହୁଡ଼ା ଯାତ୍ରା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଟ୍ରାଫିକ ସମ୍ପର୍କିତ ସୂଚନା ପ୍ରଦାନ
LED ଡିସପ୍ଲେରେ ଟ୍ରାଫିକ ସୂଚନା ପ୍ରଦର୍ଶିତ
ପୁରୀ, ୦୫/୦୭: ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟୁଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇ ଯାଇଛି ପୁରୀ। ଏହି ଅବସରରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ଟ୍ରାଫିକ ସମ୍ପର୍କିତ ସୂଚନା ଦିଆଯାଇଛି।
ଓଡ଼ିଶା ପୋଲିସ ଏକ୍ସରେ କହିଛି ଯେ, “ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଭକ୍ତମାନଙ୍କ ସହଜ ଓ ସୁରକ୍ଷିତ ଯାତାୟାତ ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ପୁରୀ ଯିବା ରାସ୍ତାର ଉତ୍ତରା ଛକ ଓ କାଠପୋଲ ଠାରେ LED Display ଦ୍ୱାରା ଟ୍ରାଫିକ ସୂଚନା ପ୍ରଦର୍ଶିତ କରାଯାଉଛି। ଏହି Display ମାଧ୍ୟମରେ ଆପଣମାନେ ଟ୍ରାଫିକ ସମ୍ବନ୍ଧୀୟ ତଥ୍ୟ ତୁରନ୍ତ ଜାଣିପାରିବେ।