ଡିଏଫଓଙ୍କ ୧୧୫ ପ୍ଲଟ ଠାବ
ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ଟି ପ୍ଲଟ
ଘରୁ ଜବତ ହେଲା ଖଣ୍ଡା, କୁରାଢି ଭଳି ବିଭିନ୍ନ ଅସ୍ତ୍ରଶସ୍ତ୍ର
କେନ୍ଦୁଝର, ୨୦/୦୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ଥିବା କେନ୍ଦୁପତ୍ର ଡିଭିଜନର ଡିଭିଜନାଲ୍ ଫରେଷ୍ଟ ଅଫିସର (DFO) ନିତ୍ୟାନନ୍ଦ ନାୟକଙ୍କ ୧୧୫ ଟି ପ୍ଲଟ ଠାବ ହୋଇଛି।
ନିତ୍ୟାନନ୍ଦ ନାୟକଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ଠାବ ହୋଇଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।
ଏତଦବ୍ୟତୀତ ୨ଟି ଚାରି ଚକିଆ ଯାନ ଏବଂ ୪ଟି ଦୁଇ ଚକିଆ ଯାନ। ବ୍ୟାଙ୍କ ଜମା, ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଅସ୍ତ୍ରଶସ୍ତ୍ର ମଧ୍ୟରେ ବନ୍ଧୁକ, ତୀର, ଧନୁ, କୁରାଢ଼ି, ଖଣ୍ଡା ଭଳି ଜିନିଷ ରହିଛି।