ଭୁବନେଶ୍ୱର, ୧୮/୧୧: ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। ମୋଟ ୪୪ ଦିନିଆ ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଛି।
ଅଧିବେଶନର ପ୍ରଥମ ଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ଦିବଂଗତ ସଦସ୍ୟଙ୍କ ପ୍ରତି ଗୃହ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ସହ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବ। ଅନ୍ୟପକ୍ଷରେ ଚାଷୀ ସମସ୍ୟା, ଆଇନଶୃଙ୍ଖଳା, ମହାନଦୀ ଜଳ ବିବାଦ, କୋଟିଆ ପ୍ରସଙ୍ଗ ଓ ବନ୍ୟା କ୍ଷୟକ୍ଷତି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି। ଚଳିତ ଅଧିବେଶନ ସରଗରମ ହେବ।