IAS ସ୍ତରରେ ପୁଣି ଅଦଳବଦଳ

୧୩ IASଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କଲେ ସରକାର

ଭୁବନେଶ୍ୱର, ୨୪/୦୭: IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର। ୧୩ IAS ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର। ରାଜେଶ ପ୍ରଭାକର ପାଟିଲ ହେଲେ ସମବାୟ ସଚିବ। ବିଜୟ କେତନ ଉପାଧ୍ୟାୟଙ୍କୁ ସଂସ୍କୃତି ସଚିବ ଦାୟିତ୍ବ ମିଳିଥିବାବେଳେ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବେ ମିଳିଛି ନିଯୁକ୍ତି।

ଦୀପଙ୍କର ମହାପାତ୍ର ହେଲେ ସିଇଓ ହକି ପ୍ରମୋସନ କାଉନସିଲ୍, ପ୍ରେକ୍ଷା ଅଗ୍ରୱାଲ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ, ପ୍ରଣୀତା ଦାସ ହେଲେ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡା ହେଲେ କରଞ୍ଜିଆ ଉପଜିଲ୍ଲାପାଳ, ଅଭିଷେକ ଦିଲୀପ୍ ଦୁଡହାଲ ହେଲେ ଗୁଣୁପୁର ଉପଜିଲ୍ଲାପାଳ, ଆସ୍ନୀ ଏଏଲ୍ ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ, ସି ସର୍ବଣା ହେଲେ କୁଚିଣ୍ଡା ଉପଜିଲ୍ଲାପାଳ, ତେଜସ୍ଵିନୀ ବେହେରା ହେଲେ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲବ୍ୟ ହେଲେ ଆନନ୍ଦପୁର ଉପଜିଲ୍ଲାପାଳ, ଅବିନାଶ କୁମାର ହେଲେ ବ୍ରହ୍ମପୁର ଉପଜିଲ୍ଲାପାଳ।