କ୍ୟାପିଟାଲ ହାଇସ୍କୁଲରେ ୧୯୮୩ ବ୍ୟାଚ ଛାତ୍ରଙ୍କ ଦ୍ଵାରା ବୃକ୍ଷରୋପଣ

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅନ୍ୟାନ୍ୟ ସ୍କୁଲ

ଭୁବନେଶ୍ୱର, ୨୮/୦୭: ଗତ ୨୭ ତାରିଖରେ କ୍ୟାପିଟାଲ ହାଇସ୍କୁଲ୍ ର ୧୯୮୩ ମସିହା ବ୍ୟାଚର ପୁରାତନ ଛାତ୍ରମାନଙ୍କ ଦ୍ଵାରା ଗଠିତ CHS 83 WELFARE SOCIETY ଦ୍ଵାରା ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବୃକ୍ଷରୋପଣ ଅଭିଯାନ କରାଯାଇଥିଲା।

ଏଥିରେ କ୍ୟାପିଟାଲ ହାଇସ୍କୁଲ୍ ସହିତ ଭୌମ ନଗର ପ୍ରାଥମିକ ବିଦ୍ୟାଳୟ, ଖାରବେଳ ନଗର ପ୍ରାଥମିକ ବିଦ୍ୟାଳୟ ଏବଂ ମଦନପୁର ନିକଟସ୍ଥ ଦେଉଳିଆ ପାଟଣା ଠାରେ କାମ୍ୟା ଫୁଡ୍ ର ମିଳିତ ସହଯୋଗରେ ପ୍ରାୟ ୧୨୦ଟି ଫଳ ଗଛ ରୋପଣ କରାଯାଇଛି।

ବିଶ୍ଵ ପରିବେଶ ଓ ଉତ୍ତାପ ବୃଦ୍ଧିକୁ ପ୍ରତିହତ କରି ପରିବେଶକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଗାମୀଦିନରେ ଏହା ଚାଲୁ ରଖିବା ସହିତ ବିଭିନ୍ନ ବ୍ୟକ୍ତି ବିଶେଷ, ସଂଗଠନକୁ ଏଥିରେ ସାମିଲ ହେବା ପାଇଁ ସଂଗଠନ ତରଫରୁ ନିମନ୍ତ୍ରଣ କରାଯାଉଛି।