ହାଇଟେକର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଶୁରେଶ ପାଣିଗ୍ରାହୀ ସମ୍ମାନିତ

‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ଜାତୀୟ ସିଇଓ କନକ୍ଲେଭ ଅନୁଷ୍ଠିତ

ଭୁବନେଶ୍ୱର, ୨୮/୦୭: ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ଜାତୀୟ ସିଇଓ କନକ୍ଲେଭ ଭୁବନେଶ୍ଵରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅକଲ୍ୟାଣ୍ଡର ଭାରତର କନ୍ସୋଲ ଜେନେରାଲ ଡ. ମଦନ ମୋହନ ସେଠୀ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ସଦ ଡଃ ରବିନ୍ଦ୍ର ନାରାୟଣ ବେହେରା, ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର, ଓକାକ୍ ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡାଙ୍କ ସମେତ ଡି.ଜି ଡିଆରଡିଓ ଇ ଓ ସିଏସ୍ ଡ. ବି.କେ ଦାସ ଏବଂ ଡ. ପ୍ରବୀର ପାଲ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରେରଣା ଦାୟୀ ପ୍ରଚାରକ ଭାବେ ଓଡିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଛି । ହାଇଟେକ୍ ଗ୍ରୁପ୍‌ର ସଦାସର୍ବଦା ଅନେକ ଗୁଡିଏ ସମାଜ ପାଇଁ ହିତ କାର୍ଯ୍ୟ ଲୋକ ଲୋଚନକୁ ଆସି ଏହା ସମସ୍ତଙ୍କର ଆଦୃତ ହେବାରେ ଲାଗିଛି ବୋଲି ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ସ୍ଵାସ୍ଥ୍ୟ ଓ ଜୀବନଶୈଳୀ, ଦକ୍ଷତା ଓ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତା, ଷ୍ଟାର୍ଟଅପ୍ ଭଳି ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ଅତିଥିଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।