ଗୋ ସେବାରେ ସମର୍ପିତ ବଜରଙ୍ଗୀ ୟୁଥ ଆସୋସିଏସନ୍

ପ୍ରାଣୀଙ୍କ ସେବାରେ ଉତ୍ସର୍ଗୀକୃତ

ଭୁବନେଶ୍ୱର, ୩୧/୦୭: ଘାଟିକିଆ ଅଞ୍ଚଳର ଯୁବକ ମାନଙ୍କ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ବଜରଙ୍ଗୀ ୟୁଥ ଆସୋସିଏସନ୍ ନାମରେ ଏକ ସଂଗଠନ ଗଢ଼ି ଗୋସେବାକୁ ପରମ ଧର୍ମ ଭାବେ ନେଇ ୩ ବର୍ଷ ହେଲା ପ୍ରାଣୀଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି ନିଜକୁ। ଖରାଦିନେ ଗାଈଗୋରୁ ଓ ଅନ୍ୟ ପଶୁଙ୍କ ପାଇଁ ଖୋଲିଛନ୍ତି ଜଳଛତ୍ର। ନେଉଛନ୍ତି ବିଭିନ୍ନ ପଦକ୍ଷେପ। ବୁଲା ଗାଈ ଷଣ୍ଢଙ୍କୁ ଆଣି ଗୋଶାଳାରେ ରଖି ତାଙ୍କର ଯତ୍ନ ନେଉଛନ୍ତି। ନିଜ ଉଦ୍ୟମରେ ଏସବୁ ସେବା କ୍ଲବର ସଦସ୍ୟ ମାନେ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ସାଧୁବାଦ୍ ଜଣାଇଛନ୍ତି।

ବଜରଙ୍ଗୀ ୟୁଥ ଆସୋସିଏସନର ସଭାପତି ସୁନିଲ ବେହେରା, ସାହିଲ ପଟ୍ଟନାୟକ, ରାକେଶ ମହାପାତ୍ର, ମନୋରଞ୍ଜନ ଦାଶ, ରାହୁଲ ସିଂ, ବାସୁଦେବ ବେହେରା, ଅଭିଜିତ ବଲଵାନ୍ତରାୟ, ସୌମ୍ୟ ଶର୍ମା, ଶୁଭମ ନାୟକ, ଅଶୋକ ଜେନା, ଭକ୍ତ ସାହୁ, ଅଭିନାଶ ବରାଳ, ପପୁନା,ସୂର୍ଯ୍ୟ, କାହ୍ନୁ, ଅଭି, ସାଇ, ରାଜା ଏହି ମହାନ ସେବା କାର୍ଯ୍ୟରେ ନିଜକୁ ସର୍ବଦା ସମର୍ପିତ କରିଛନ୍ତି।